ପୁରୀ ମୁଖ୍ୟ କେନାଲକୁ ଖସିଲା କାର, ଡ୍ରାଇଭର ସମେତ ୨ ଜଣଙ୍କ ମିଳୁନି ପତ୍ତା

Published By : Prameya-News7 Bureau | November 04, 2021 IST

ବାଲିଅନ୍ତା, ୦୪|୧୧: ବାଲିଅନ୍ତା ଥାନା ପୁରୀ  ମୁଖ୍ୟ କେନାଲକୁ ଖସିଲା କାର୍ । ଦୁର୍ଘଟଣାରେ ଏକ ମହିନ୍ଦ୍ରା ଟିୟୁଭି  ଓଡି - ୦୫-ଡବ୍ଲୁ - ୧୮୪୫ ନମ୍ବର ବିଶିଷ୍ଟ କାର୍ କେନାଲକୁ ଖସିବା ସହ  ଦୀର୍ଘ ୨ ଘଣ୍ଟା ଗଭୀର ଜଳ ରେ ବୁଡ଼ି ରହିଥିଲା । ପରେ କ୍ରେନ୍ ଯୋଗେ ଉପରକୁ ଅଣାଯାଇଥିଲା ।

ମାତ୍ର କାର ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ । ନିଖୋଜ ଦୁଇ ବ୍ୟକ୍ତି ହେଉଛନ୍ତି ଅଟଳା ସ୍ଥିତ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମାହେନ୍ଦ୍ର କୁମାର । ସେମାନେ ବୁଧବାର ରାତ୍ରି ପ୍ରାୟ ୧୨ ଟା ୧୦ ସମୟରେ ଜ୍ୟୋତି ବେଷ୍ଟ ପ୍ୟାକର୍ସ ଶିବ ଶକ୍ତି ନଗରକୁ ଯାଉଥିଲା । ପୁରୀ ମୁଖ୍ୟ କେନାଲ୍‌ ରାସ୍ତାରେ କାରଟି ଭାରସାମ୍ୟ ହରାଇ କେନାଲ୍‌ ମଧ୍ୟକୁ ଖସିଯାଇଥିଲା । କେନାଲର ଗଭୀର ଜଳରେ କାରଟି ବୁଡି ଯାଇଥିଲା ।

ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଏହା ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି କ୍ରେନ୍  ଯୋଗେ  କାରକୁ ଉପରକୁ ଉଠାଇ ଆଣିଥିଲେ । କିନ୍ତୁ ସେହି କାର୍ ମଧ୍ୟରେ ଥିବା ଦୁଇ ଯୁବକଙ୍କର ପତ୍ତା ମିଳିନାହିଁ । ଦୁଇ ଯୁବକ ଗଭୀର ଜଳରୁ ନିଜକୁ ବଞ୍ଚାଇଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.