DRDOଙ୍କ ୨୦ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଲେ CAG, କହିଲେ- ନିର୍ଦ୍ଧାରିତ ସମୟରେ ପୁରା ହୋଇନି ଲକ୍ଷ

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ ୨୫।୧୨: ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ସଂସଦରେ ଉପସ୍ଥାପିତ କରିଥିବା ତାଙ୍କ ରିପୋର୍ଟରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ)ଙ୍କ ୨୦ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇଛନ୍ତି। ସିଏଜି କହିଛନ୍ତି ଯେ ଡିଆରଡିଓ ନିଜ ପ୍ରକଳ୍ପର ଉଦ୍ଦେଶ୍ୟ ହାସଲ କରିବା ପାଇଁ ସମୟ ସମ୍ପ୍ରସାରଣ ନିବେଦନ କରିବା ବଦଳେ ସେଗୁଡିକୁ ସଫଳ ମନେ କରି ବନ୍ଦ କରିଦେଇଛନ୍ତି। ବନ୍ଦ କରାଯାଇଥିବା ପ୍ରକଳ୍ପଗୁଡିକର ଲକ୍ଷ୍ୟ ହାସଲ ଲାଗି ସେଗୁଡିକୁ ପୁଣି ନୂଆ ରୂପରେ ଆରମ୍ଭ କରିଥିବା କହିଛନ୍ତି।

ସଂସଦର ଶୀତକାଳୀନ ଅଧିବେଶନ କାଳରେ ଉପସ୍ଥାପିତ ରିପୋର୍ଟରେ ସିଏଜି କହିଛନ୍ତି ଯେ ଡିଆରଡିଓ ପ୍ରକଳ୍ପ ଗୁଡିକର ଲକ୍ଷ ହାସଲ କରିବା ପାଇଁ ସମୟ ସମ୍ପ୍ରସାରଣ ଅନୁମତି ନେବାର ଥିଲା। ତେବେ ଏପରି ନ କରି ସେଗୁଡିକୁ ସଫଳ ମନେ କରି ବନ୍ଦ କରିଦେଇଥିଲେ। ଡିଆରଡିଓ ୫୧୬.୬୧ କୋଟି ଟଙ୍କାର ୧୫ଟି ପ୍ରକଳ୍ପ ହାତକୁ ନେଇଛନ୍ତି, ଯାହା ଦ୍ୱାରା ବନ୍ଦ ପ୍ରକଳ୍ପକୁ ସଫଳ ଘୋଷଣା ପରେ ଅପ୍ରାପ୍ତ ଉଦ୍ଦେଶ୍ୟ ହାସଲ କରିପାରିବେ ବୋଲି କୁହାଯାଇଛି। 

ରିପୋର୍ଟରେ କୁହାଯାଇଛି ଯେ ୨୦୧୦-୨୦୧୯ ମଧ୍ୟରେ ସଫଳ ଘୋଷଣା କରିଥିବା ୮୬ ପ୍ରକଳ୍ପ ମଧ୍ୟରୁ ୧,୦୭୪.୬୭ କୋଟି ଟଙ୍କା ବ୍ୟୟର ଏପରି ୨୦ ପ୍ରକଳ୍ପ ଯେଉଁଗୁଡିକ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଥବା ପାରାମିଟର ହାସଲ କରିପାରିନଥିଲେ। ଏଣୁ ଡିଆରଡିଓଙ୍କୁ ଉଚ୍ଚ ପ୍ରାଥମିକତାର କେତେକ ସୈନ୍ୟ ପ୍ରକଳ୍ପର ବ୍ୟୟ ବୃଦ୍ଧି ହୋଇଥିଲା। ପ୍ରକଳ୍ପଗୁଡିକ ଅନିୟମିତ ବନ୍ଦ ସହିତ ଅନେକ ସମସ୍ୟାର ସମ୍ନା କରିଥିଲା। ରିପୋର୍ଟରେ ସିଏଜି ଏଥିରୁ କେତେକ ମିସନ ମୋଡ ପ୍ରକଳ୍ପକୁ ଡିଆରଡିଓ ସଫଳ ଘୋଷଣା କରି ବନ୍ଦ କରିଥିଲେ। ତେବେ ପରେ ନୂଆ ପ୍ରୋଜେକ୍ଟ ରୂପେ ସେଗୁଡିକୁ ପୁଣି ଆରମ୍ଭ କରିଥିଲେ।

ମିଶନମୋଡ ପ୍ରକଳ୍ପ ପୁରା କରିବା ପାଇଁ ଏକ ନିଶ୍ଚିତ ସମୟ ସୀମା ଥାଏ। ତେବେ ୧୭୮ରୁ ୧୧୯ ପ୍ରକଳ୍ପରେ ଏହା ପାଳନ ହୋଇ ନାହିଁ। ସିଏଜିଙ୍କ ଅନୁସାରେ ୪୯ ପ୍ରକଳ୍ପରେ ମୂଳ ସମୟ ସୀମାରୁ ଅତିରିକ୍ତ ସମୟ ସୀମା ୧୦୦ ପ୍ରତିଶତ ଅଧିକ ଥିଲା। କେତେକ କ୍ଷେତ୍ରରେ ସମୟ ସମ୍ପ୍ରସାରଣ ଦାବି ମଧ୍ୟ କରାଯାଇଥିଲା। ଯାହା ମୋଟ ବିଳମ୍ବର ୧୬ ପ୍ରତିଶତରୁ ୫୦୦ ପ୍ରତିଶତ ଥିଲା। ସିଏଜି କହିଛନ୍ତି ଯେ ପ୍ରଯୁକ୍ତି ସହଜ ଉପଲବ୍ଧ ହୋଇ ନ ପାରିବା କାରଣରୁ ମଲ୍ଟି ମିସନ ପ୍ରକଳ୍ପର ସମୟ ସୀମା ବଢିଥାଏ। ଏଣୁ ଏପରି ପ୍ରକଳ୍ପର ଉଦ୍ଦେଶ୍ୟ ବିଫଳ ହୋଇଥାଏ।

ରିପୋର୍ଟରେ ଡିଆରଡିଓଙ୍କ ଏପରି ଅନେକ ପ୍ରକଳ୍ପ ଆରମ୍ଭ କରିବା ମଞ୍ଜୁର କରିବାରେ ଅନେକ ବିଳମ୍ବ ହୋଇଥିଲା। ଶହଶହ କୋଟି ଟଙ୍କାର ଏପରି ପ୍ରକଳ୍ପ ଥିଲା ଯେଉଁଗୁଡିକ ସଫଳ ଘୋଷଣା ହେବା ପରେ ବି ମାନକ ପୁରଣ କରିପାରି ନଥିଲେ ବୋଲି କୁହାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.