କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫର ଅତିରିକ୍ତ କିସ୍ତି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

Published By : Prameya-News7 Bureau | February 20, 2019 IST

ନୂଆଦିଲ୍ଲୀ ୨୦|୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ରିଲିଫର ଅତିରିକ୍ତ କିସ୍ତି ପ୍ରଦାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହା ୧.୧.୨୦୧୯ଠାରୁ ଲାଗୁ ହେବ । ଫଳରେ ମୂଳ ଦରମା/ପେନସନ ଉପରେ ୯%ର ବ୍ୟକ୍ତିଗତ ଦର ଉପରେ ଅତିରିକ୍ତ ୩% ଦରବୃଦ୍ଧିର ଲାଭ ମିଳିବ । ସପ୍ତମ ବେତନ ଆୟୋଗ (ସିପିସି)ର ସୁପାରିସ ଆଧାରରେ ଗୃହୀତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି । ଡିଏ ଏବଂ ଡିଆରରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୯୧୬୮.୧୨ କୋଟି ଟଙ୍କା ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୧୦୬୯୬. ୧୪ କୋଟି ଟଙ୍କାର ବୋଝ (ଜାନୁଆରୀ ୨୦୧୯ରୁ ଆରମ୍ଭ କରି ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ୧୪ ମାସର ଅବଧି ଲାଗି) ପଡ଼ିବ । ଏହା ଦ୍ବାରା ପାଖାପାଖି ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୨.୦୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.