ସେନେଗାଲ୍ରେ ଭୟଙ୍କର ବସ୍ ଦୁର୍ଘଟଣା, ଚାଲିଗଲା ୩୮ ଜଣକ ଜୀବନ, ୩ ଦିନିଆ ରାଷ୍ଟ୍ରୀୟ ଶୋକ
8/01/2023 at 6:59 PM

ନୂଆଦିଲ୍ଲୀ, ୦୮/୦୧: ସେଣ୍ଟ୍ରାଲ ସେନେଗାଲ୍ର କାଫରିନ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ରବିବାର କାଫ୍ରିନରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୮ ଜଣକ ମୃତ୍ୟୁ ହୋଇଥିବାବେଳେ ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଘଟଣାକୁ ନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ଉଭୟ ବସ୍ରେ ୧୨୫ ଯାତ୍ରୀ ଥିଲେ ଯେଉଁଥିରୁ ୩୮ ଜଣକ ମୃତ୍ୟୁ ହୋଇଥିବାନେଇ କହିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ସ୍ଥାନୀୟ ସମୟ ରବିବାର ସକାଳ ୩.୧୫ରେ ହୋଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ କାଫ୍ରିନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବସ୍ର ଭଗ୍ନାବଶେଷକୁ ରାସ୍ତାରୁ ହଟାଯାଇ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯାଇଛି।
ସେପଟେ ଏହି ଘଟଣାକୁ ରାଷ୍ଟ୍ରପତି ମ୍ୟାକି ସାଲ୍ ଦୁଃଖପ୍ରକାଶ କରିଛନ୍ତି, ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ସୋମବାରଠାରୁ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।