ଦୀପ ନିଆଁରୁ ଜଳିଲା ଦୁଇ ମହଲା କୋଠା, ଚାହୁଁ ଚାହୁଁ ମାଟିରେ ମିଶିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Published By : Prameya-News7 Bureau | November 13, 2023 IST

ରାଉରକେଲା ୧୩/୧୧: ଦୀପ ନିଆଁରୁ ଜଳିଲା ଦୁଇ ମହଲା ବିଲ୍ଡିଂ । ଦେଖୁ ଦେଖୁ ଜଳିଗଲା ଆସବାବ ପତ୍ର । ଧୂଆଁମୟ ହୋଇଗଲା ଅଞ୍ଚଳ । ଏଭଳି ଭୟଙ୍କର ଅଗ୍ନିକାଣ୍ଡ ରାଉକେଲା କୋଏଲ ନଗର ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନାଥାଉକି, ସୋମବାର ରାଉରକେଲା କୋଏଲ ନଗରରେ ଏକ ଦୁଇ ମହଲା ଘର ନିଆଁ ଲାଗିଯାଇଥିଲା । ଦୀପ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଘରର ସବୁ ଆସବାବପତ୍ର ନିଆଁରେ ପୋଡ଼ି ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଉଦ୍ଥିୟମ ଜାରି ରଖିଛନ୍ତି । ଏହା ସହ ଘର ଭିତରକୁ ସିଡି ପକାଇ ଘର ଭିତକୁ ପାଣି ମାଡ଼ ବି କରାଯାଉଛି । ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ଫାୟାର ଡିପାର୍ଟମେଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.