ଖୁସି ଖବର : ୨୦୫ବର୍ଷ ପରେ ପୁଣି ଥରେ ବୁଦ୍ଧ ପୂର୍ଣ୍ଣିମାରେ ଘଟୁଛି ମଙ୍ଗଳ-ଶନି-ରାହୁ-କେତୁ ଗ୍ରହର ଦୁର୍ଲ୍ଲଭ ଯୋଗ, ଯାହା ଅତ୍ୟନ୍ତ ଶୁଭଙ୍କର
6/05/2020 at 11:21 AM

ଗୁରୁବାର,ମେ ୭ତାରିଖରେ ବୈଶାଖ ମାସର ପୂର୍ଣ୍ଣିମା ପାଳନ କରାଯିବ। ଏହି ତିଥିରେ ଭଗବାନ ବୁଦ୍ଧ ଏବଂ କୁର୍ମ ଅବତାର ହୋଇଥିଲେ। ଏହି ପୂର୍ଣ୍ଣିମାରେ ପବିତ୍ର ନଦୀରେ ସ୍ନାନ କରିବା,ମନ୍ତ୍ର ଜପ ଏବଂ ଧନ-ପରିବା ପତ୍ର ଦାନ କରିବାର ବିଧାନ ରହିଛି। ଏଥର ଦେଶବ୍ୟାପି ଲକଡାଉନ୍ ହେବା କାରଣରୁ ପୂର୍ଣ୍ଣିମାରେ ନଦୀରେ ସ୍ନାନ କରନ୍ତୁ ନାହିଁ ଏବଂ ଘରେ ହିଁ ପବିତ୍ର ନଦୀର ଧ୍ୟାନ କରି ସ୍ନାନ କରନ୍ତୁ । ପୂର୍ଣ୍ଣିମାର ୨୦୫ବର୍ଷ ପରେ ଶନି-ରାହୁ-କେତୁଙ୍କ ଦୁର୍ଲ୍ଲଭ ଯୋଗ ହେଉଛି।
ଶନି ମକର ରାଶିରେ ,ରାହୁ ମିଥୁନ ରାଶିରେ,କେତୁ ଧନୁରେ,ମଙ୍ଗଳ କୁମ୍ଭ ରାଶିରେ ରହିବା ବେଳେ ୨୦୫ବର୍ଷ ପୂର୍ବରୁ ୧୮୧୫ ମସିହା ମେ ୨୩ତାରିଖରେ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଇଥିଲା। ଏପରି ଯୋଗ ମେ ୭ତାରିଖରେ ହେଉଛି। ଏବର୍ଷ ଗୁରୁ ଏବଂ ଶନି ମଧ୍ୟ ଯୁକ୍ତ ହେଉଛନ୍ତି,ସେହି ସମୟରେ ଗୁରୁ-ଶନି ଯୁକ୍ତ ହୋଇନଥିଲେ। ୫୯ବର୍ଷ ପୂର୍ବରୁ ୧୯୬୧ମସିହା ଅପ୍ରେଲ୍ ୩୦ତାରିଖରେ ବୁଦ୍ଧ ପୂର୍ଣ୍ଣିମାରେ ଗୁରୁ ଏବଂ ଶନି ଯୁକ୍ତ ହୋଇ ମକର ରାଶିରେ ଥିଲେ। ଏବର୍ଷ ମଧ୍ୟ ୨ଗ୍ରହଙ୍କ ଏହି ଯୋଗ ହେଉଛି।
ଏହି ପୂର୍ଣ୍ଣିମାରେ ଜଳ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଏହି ଦିନ ଜଳ ଭର୍ତ୍ତି ମାଠିଆ ଦାନ କଲେ ଅକ୍ଷୟ ପୁଣ୍ୟ ମିଳିଥାଏ। ଏହି କୁମ୍ଭ ଦାନକୁ ଯମାୟକୁମ୍ଭଦାନ କୁହାଯାଏ।
ଏହି ଦିନ ଗୁରୁ-ଶନି ମକର ରାଶିରେ ରହିବେ ଏବଂ ମଙ୍ଗଳ କୁମ୍ଭରେ,ରାହୁ ମିଥୁନରେ,କେତୁ ଧନୁରେ ରହିବେ। ସୂର୍ଯ୍ୟ-ଚନ୍ଦ୍ରଙ୍କ ପରସ୍ପର ପ୍ରତି ଦୃଷ୍ଟି ରହିବ। ଏହି ପୂର୍ଣ୍ଣିମାରୁ ଆଗାମୀ ପୂର୍ଣ୍ଣିମା ଜୁନ୍ ୫ଯାଏଁ ୫ଟି ଶୁକ୍ରବାର ଆସିବ। ଏହି ସମୟ ବିଶ୍ବ ପାଇଁ ଭଲ ରହିବ। ଉନ୍ନତି ହେବ। ଲୋକେ ସୁଖୀ ହେବେ। ରୋଗରୁ ମୁକ୍ତି ମିଳିବ। ଅପରାଧ ବଢ଼ିପାରେ। ଗ୍ରୀଷ୍ମତାପ ବଢ଼ିବ। କିଛି କ୍ଷେତ୍ରରେ ରାଜନୈତିକ ପରିବର୍ତ୍ତନ ମଧ୍ୟ ହୋଇପାରେ। କେଉଁଠି କେଉଁଠି ହିଂସା ମଧ୍ୟ ହୋଇପାରେ। ସାଧାରଣ ଜନତାଙ୍କ ପାଇଁ ଏହି ସମୟ ଆରାମଦାୟକ ରହିବ।