ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୨ରେ ସରିବ

24/12/2019 at 1:00 PM

କଟକ ୨୪।୧୨:  ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଫେବୃଆରୀ ୧୯ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୯ ତାରିଖରେ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୨୨ତାରିଖରେ ଇଂରାଜୀ, ୨୪ରେ ହିନ୍ଦୀ/ସଂସ୍କୃତ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  

ଫେବୃଆରୀ ତୃତୀୟ ସପ୍ତାହରେ ପରୀକ୍ଷା ହେବା ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ଅଣାଯିବା ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ପରୀକ୍ଷା କିପରି ସୁରୁଖୁରରେ ସମ୍ପାଦିତ ହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି । ଗତ ବର୍ଷ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । କିଛି ସେଣ୍ଟରରେ ସୁବିଧା ନଥିବାରୁ ସିସିଟିଭି ଲଗାଯାଇପାରିନଥିଲା । ଗତବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା ସେହି କେନ୍ଦ୍ରଗୁଡିକ ଉପରେ ଚଳିତବର୍ଷ ଧ୍ୟାନ ଦିଆଯିବ । ସେହିଠାରେ କେନ୍ଦ୍ରଗୁଡିକ କରାଯିବ ଅଥବା ପାଖାପାଖି ପରୀକ୍ଷା କେନ୍ଦ୍ରଗୁଡିକରେ ସୁବିଧା ଥିଲେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ । ପରୀକ୍ଷା ସମ୍ପଦନ ଏବଂ ଯଥା ସମୟରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଗତବର୍ଷ କିଛି କାରଣରୁ ରେଜଲ୍ଟ ବିଳମ୍ବିତ ହୋଇଥିଲା । ତାହା ଫଳାଫଳକୁ ପ୍ରଭାବିତ କରିଥିବାର ଅଭିଯୋଗ ମଧ୍ୟ ଉଠିଥିଲା । ସେହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପରୀକ୍ଷାର ସୁପରିଚାଳନା ପ୍ରତି ବୋର୍ଡ କର୍ତ୍ତୃପକ୍ଷ ଏବଂ ସରକାର ଅଧିକ ସତର୍କ ରହିବା ଆଶା କରାଯାଉଛି ।

   Related Posts