ଭୁବନେଶ୍ୱରରୁ ବ୍ରାଉନ ସୁଗାର ଜବତ; ୨ ଯୁବକଙ୍କ ସହ ୨ଜଣ ମହିଳା ଗିରଫ

Published By : Prameya-News7 Bureau | January 04, 2019 IST

ଭୁବନେଶ୍ବର ୪/୧ : ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦିଆପଡିଆ ବସ୍ତି ବ୍ରାଉନ ସୁଗାର ଜବତ ହୋଇଛି | କଟକ ଅବକାରୀ ସ୍କ୍ବାଡ ଆଜି ସକାଳୁ ଚଢାଉ କରି ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି | ବ୍ରାଉନସୁଗାର ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାଡ | ଏବେ ମଧ୍ୟ ଚଢାଉ ଜାରି ରହିଛି | ଗିରଫ ୪ ଜଣଙ୍କୁ ପୋଲିସ ପଚରାଉଚୁରା କରୁଛି | ଘଟଣାରେ ଆଉ ଲୋକେ ସମ୍ପୃକ୍ତ ଥିବାନେଇ ପୋଲିସର ଚଢ଼ାଉ ଜାରି ରହିଛି | ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ଯୁବକ ଥିବାବେଳେ ୨ ଜଣ ମହିଳା ଅଛନ୍ତି |

{"id":70210}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.