suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କରୋନା ଭାଇରସ ମହାମାରୀରେ ଦେଶବାସୀଙ୍କୁ ଦିପାବଳୀ ଶୁଭେଚ୍ଛା ଜଣାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍

7/11/2020 at 5:45 PM

ଲଣ୍ଡନ ୭।୧୧: ଆଲୋକର ପର୍ବ ଦିପାବଳୀ ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ  ଏଥିରେ ସନ୍ଦେହ ନାହିଁ ଆଗକୁ ବହୁତବଡ଼ ଆହ୍ୱାନ ଅଛି, ତେବେ ଦେଶବସୀଙ୍କ ସଂକଳ୍ପ ଓ ସେମାନଙ୍କ ବୁଝିବାର ଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ଆମେ ମିଳିମିଶି ଭୂତାଣୁର ନିଶ୍ଚିତ ମୁକାବିଲା କରିପାରିବା ବୋଲି ସେ କହିଛନ୍ତି ।

ଏଥିଲାଗି ଜନସନ୍‌ ଦେଶବାସୀଙ୍କୁ  ଦିପାବଳୀ ଉତ୍ସବ ଓ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଦିପାବଳୀ ଆମକୁ ଅନ୍ଧାର ଉପରେ ଆଲୋକର ବିଜୟ ଶିକ୍ଷା ଦେଉଛି। ଶ୍ରୀରାମ ଚନ୍ଦ୍ର ଅସୁର ରାଜା ରାବଣକୁ ବଧ କରିବା ପରେ ଯେପରି ତାଙ୍କ ପଥକୁ ଦିପ ଆଲୋକରେ ଆଲୋକିତ କରାଯାଇଥିଲା ଠିକ୍ ସେହିପରି ଆମେ ମଧ୍ୟ ଅନ୍ଧାରରେ ଆମ ରାସ୍ତା ଖୋଜି ନେଇ ପାରିବା । ଯେଉଁଦିନ ଏଥିରୁ ଆମେ ବିଜୟୀ ହୋଇ ବାହାରିବା ସେଦିନ ଠିକ୍‌ ଏହିପରି ଦେଶରେ ଆମେ ଦିପାବଳୀ ପାଳନ କରିବା ବୋଲି କହିଛନ୍ତି ଜନସନ୍‌।

ଚଳିତବର୍ଷ ଲକଡାଉନ୍‌ ଲାଗି ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗକୁ ମଧ୍ୟ ଲକଡାଉନ କଟକଣା ଲୋକଙ୍କୁ ଅସୁବିଧାରେ ପକାଇପାରେ। ତେବେ ବ୍ରିଟେନରେ ବସବାସ କରୁଥିବା ଭାରତୀୟଙ୍କ ଦିପାବଳୀ ପ୍ରସ୍ତୁତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରି ଭାରତୀୟମାନେ ଘରେ ଭର୍ଚୁଆଲ ଦିପାବଳୀ ପାଳନ କରୁଛନ୍ତି ଏହା ବାସ୍ତବିକ ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି ଜନସନ୍‌। ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ୪ ସପ୍ତାହ ବ୍ୟାପୀ ଷ୍ଟେ-ଆଟ୍-ହୋମ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଏହି ଲକଡାଉନ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।     

   Related Posts