୪୭ବର୍ଷ ପରେ ୟୁରୋପୀୟ ସଙ୍ଘରୁ ଓହରିଲା ବ୍ରିଟେନ୍

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧/୨: ବ୍ରିଟେନ୍ ସରକାର ଶେଷରେ ଜାନୁୟାରୀ ୩୧ତାରିଖରେ ୟୁରୋପୀୟ ସଙ୍ଘରୁ ନିଜକୁ ଅଲଗା(ବ୍ରେକ୍ସିଟ୍) କରିବାକୁ ଘୋଷଣା କରି ଦେଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବ୍ରେକ୍ସିଟ୍ ଘୋଷଣା କରି ବ୍ରିଟେନ୍ ଏବେ ଆନୁଷ୍ଠାନିକଭାବେ ୟୁରୋପୀୟ ସଙ୍ଘରୁ ଅଲଗା ହୋଇଯାଇଛି।

{"id":218554,"sizeSlug":"large"}

ସେ କହିଛନ୍ତି,‘ ଆଜି ରାତିରେ ଆମେ ୟୁରୋପୀୟ ସଙ୍ଘରୁ ଅଲଗା ହୋଇଯାଇଛୁ ଏବଂ ବ୍ରିଟେନ୍ ପାଇଁ ଏହା ଏକ ଐତିହାସିକ ସୁଯୋଗ। ଆସନ୍ତୁ ଆମେ ଏକାଠି ମିଶି ବ୍ରେକ୍ସିଟରୁ ଉତ୍ପନ୍ନ ହେଉଥିବା ସମସ୍ତ ସୁଯୋଗର ଭରପୂର ଲାଭ ଉଠାଇବା,ଏହା ଦ୍ବାରା ସମଗ୍ର ବ୍ରିଟେନର କ୍ଷମତା ଉଜାଗର ହେବ’।

{"id":218555,"sizeSlug":"large"}

ଏହା ସହ ବ୍ରିଟେନର ଇୟୁ ସହ ୪୭ବର୍ଷ ପୁରୁଣା ସହଯୋଗ ପଛରେ ରହିଯାଇଛି ଏବଂ ସଦସ୍ୟତା ଔପଚାରିକଭାବେ ସମାପ୍ତ ହୋଇଯାଇଛି। ବ୍ରିଟେନର ଜନତା ସାଢ଼େ ୩ବର୍ଷ ପୂର୍ବରୁ ଇୟୁରୁ ଅଲଗା ହେବାର ଜନାଦେଶ ଦେଇଥିଲା। ସେତେବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ପ୍ରତିଶ୍ରୃତି ଦେଇଥିଲେ ଯେ ‘ବ୍ରେକ୍ସିଟ୍ ନିଶ୍ଚିତ ହେବ‘।

{"id":218556,"sizeSlug":"large"}

ୟୁରୋପୀୟ ସଙ୍ଘର ୩ପ୍ରମୁଖ ବ୍ରିଟେନ୍ ଅଲଗା ହେବାକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଏବଂ ଏହାକୁ ୟୁରୋପ ପାଇଁ ନୂଆ ସକାଳ ବୋଲି କହିଛନ୍ତି। ଏହା ସହିତ ସେ ବ୍ରିଟେନକୁ ଚେତାବନୀ ଦେଇଥିଲେ ଯେ ବ୍ରେକ୍ସିଟ୍ ପରେ ସେମାନେ ସଦସ୍ୟତାର ଲାଭ ଉଠାଇ ପାରିବେ ନାହିଁ।

{"id":218557,"sizeSlug":"large"}

ବ୍ରେକ୍ସିଟ୍ ପରେ ଇୟୁ ସିଧାସଳଖ କହିଥିଲା ଯେ ‘ସେମାନେ ବ୍ରିଟେନ୍ ଆଗରେ ନଇଁଯାଇ ବୁଝାମଣା କରିବେ ନାହିଁ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.