ବ୍ରଜରାଜନଗରରେ କିଏ ମାରିବ ବାଜି ? ଶୁକ୍ରବାର ଆସିବ ରାୟ

Published By : Prameya-News7 Bureau | June 02, 2022 IST

ଭୁବନେଶ୍ୱର ୦୨।୦୬:  ବ୍ରଜରାଜନଗରରେ କିଏ ମାରିବ ବାଜି, ଶୁକ୍ରବାର ଆସିବ ରାୟ। ଆସନ୍ତାକାଲି ଝାରସୁଗୁଡାସ୍ଥିତ ଇଞ୍ଜିନିୟରିଂ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ । ୮.୩୦ରୁ ଇଭିଏମ୍ କାଉଣ୍ଟିଂ କରାଯିବ । ୧୪ଟି ଟେବୁଲରେ ୨୦ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ୩ ଜଣ ଲେଖାଏଁ ରହିବେ । ଭୋଟ କାଉଣ୍ଟିଂରେ ୬୦ ଜଣ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୩୧ତାରିଖରେ ବ୍ରଜରାଜନଗର ଆସନ ପାଇଁ ମତଦାନ ହୋଇଥିଲା । ୨୭୮ ଟି ବୁଥରେ ମୋଟ ୧ ଲକ୍ଷ ୫୩ ହଜାର ୭୧୬ ଭୋଟର ଭୋଟ ଦେଇଥିଲେ। ବ୍ରଜରାଜନଗରରେ ୭୧. ୯ ପ୍ରତିଶତ ଭୋଟିଂ ହୋଇଥିଲା । ନିର୍ବାଚନୀ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.