oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପୁରୀ ଜିଲ୍ଲାର ୫ଟି କେନ୍ଦ୍ରରେ ବୁଷ୍ଟର ଡୋଜ୍, ପ୍ରତିଦିନ ୪ଶହ ଜଣଙ୍କୁ ଟିକାଦାନ ଲକ୍ଷ୍ୟ

10/01/2022 at 5:13 PM

ପୁରୀ ୧୦।୧: ସମ୍ମୁଖ ଯୋଦ୍ଧାଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ପ୍ରତିଷେଧମୂଳକ ଟିକାକରଣ ବା ବୁଷ୍ଟର ଡୋଜ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ୫ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।  ସଦଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟ କରୁଥିବା ୪ ହଜାରରୁ ଅଧିକ ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ଏହି ପ୍ରତିଷେଧମୂଳକ ଟିକାକରଣ ଦିଆଯିବ । ଗହଳି ଏଡ଼ାଇବା ପାଇଁ ଅଧିକ କେନ୍ଦ୍ର କରାଯିବା ସହ ପ୍ରତି କେନ୍ଦ୍ରରେ ପ୍ରତ୍ୟହ ୪୦୦ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏକାଧିକ ଟିକାକରଣ କେନ୍ଦ୍ର କରାଯାଇଛି । ରାଜ୍ୟ ତଥା ଜିଲ୍ଲାରେ କୋଭିଡ ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରସଂଶା କରାଯାଇଛି ।

   Related Posts