ନୂଆଦିଲ୍ଲୀ: ଧମକ, ଏମର୍ଜେନ୍ସି ଲ୍ୟାଣ୍ଡିଂ ଓ ଫ୍ଲାଇଟ୍ କ୍ୟାନସଲ୍ । ଏହା ଏପରି ଧାରା, ଯାହା ସହ ବିମାନ ଯାତ୍ରା କରୁଥିବା ଯାତ୍ରୀ ଏବେ ଅଭ୍ୟସ୍ତ ହୋଇଗଲେଣି । ଗତ ପାଞ୍ଚ ଦିନ ଭିତରେ ଅନ୍ତତଃ ୮ ଥର । ଜୁନ୍ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ କ୍ରାସ୍ ହୋଇଥିଲା । ଏହାପରେ ଅନେକ ବିମାନର ଉଡାଣକୁ ବାତିଲ କରାଯାଇଛି । କେତେବେଳେ ବୋମା ଧମକ ନାଁରେ ତ’, କେତେବେଳେ ବୈଷୟିକ ତ୍ରୁଟି କାରଣ ଦର୍ଶାଯାଇଛି । ଗୋଟିଏ ପରେ ଗୋଟିଏ ବିମାନର ଉଡାଣ ବାତିଲ ପରେ ଆକାଶ ମାର୍ଗରେ ଯାତ୍ରାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।
ଅଧିକ ସଂଖ୍ୟାରେ ବିମାନ କ୍ୟାନ୍ସଲ ହେବା ଆଶଂକାକୁ ବଢାଇଦେଇଛି । ବୋମା ଧମକ କଥା ଅନେକ ବର୍ଷରୁ ଚାଲି ଆସିଛି । ଅନ୍ୟପଟେ, ବୈଷୟିକ ତ୍ରୁଟି କାରଣ ବି ସାଧାରଣ ହୋଇଗଲାଣି । କିନ୍ତୁ ଏତେ ସଂଖ୍ୟାରେ ବିମାନ ଉଡାଣ ବାତିଲ କ୍ୱଚିତ୍ ଦେଖିବାକୁ ମିଳୁଥିଲା । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଏହା ପ୍ରଭାବ ବୋଲି ଅନୁମାନ କରାଯାଉଛି । ଅହମ୍ମଦାବାଦ ଦୁର୍ଘଟଣା ପରେ ଏୟାରଲାଇନ୍ସ ଅଧିକ ସତର୍କତା ଅବଲମ୍ୱନ କରୁଛନ୍ତି । ତେଣୁ ଯେଉଁଠି ସାମାନ୍ୟ ଅସୁବିଧାର ଅନୁମାନ କରାଯାଉଛି, ସେଠାରେ ବିମାନର ଉଡାଣକୁ ରଦ୍ଦ କରାଯାଉଛି ।
ଜୁନ୍ ୧୭
- ଏୟାର ଇଣ୍ଡିଆ ନିଜର ସାନ ପ୍ରୋନ୍ସିସ୍କୋ-ମୁମ୍ୱାଇ ଉଡାଣକୁ ଗୋଟିଏ ଇଞ୍ଜିନରେ ତ୍ରୁଟି କାରଣରୁ କୋଲକାତାରେ ଯାତ୍ରାକୁ ଶେଷ କରିଥିଲା । ‘ବୋଇଂ ୭୭୭-୨୦୦ ଏଲଆର’ ୨୧୧ ଯାତ୍ରୀଙ୍କୁ ନେଇ ମୁମ୍ୱାଇ ଯିବା ପୂର୍ବରୁ କ୍ୟାପ୍ଟେନ ସୁରକ୍ଷା ଚିନ୍ତା ପ୍ରକାଶ କରିଥିଲେ ।
- ଏହାପରେ ଇଣ୍ଡିଗୋ ଏୟାରଲାଇନର କୋଚିରୁ ଦିଲ୍ଲୀ ଯାଉଥିବା ଉଡାଣରେ ବୋମା ଥିବା ଧମକ ମିଳିଥିଲା । ଏହାପରେ ବିମାନର ମାର୍ଗ ପରିବର୍ତ୍ତନ କରି ନାଗପୁରର ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା ।
- ଅହମ୍ମଦାବାଦରୁ ଲଂଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ ୧୫୯କୁ ରଦ୍ଦ କରାଯାଇଥିଲା । ଏହାପରେ ଏୟାରପୋର୍ଟ ଉପରେ ଭୟର ମାହୋଲ ରହିଥିଲା । ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାତ୍ରୀ କହିଥିଲେ ଯେ ବିମାନ ଉଡାଣକୁ ବିଳମ୍ୱ କରାଯାଇଥିଲା ଓ ଏବେ ବାତିଲ କରାଯାଇଛି ।
ଜୁନ୍ ୧୬
- ହାଇଦ୍ରାବାଦକୁ ଆସୁଥିବା ଲୁଫଥାନ୍ସା ବିମାନକୁ ବୋମା ଧମକ ମିଳିବା ପରେ ଫ୍ରାନ୍କଫର୍ଟ ବିମାନ ବନ୍ଦରକୁ ଫେରିଆସିଥିଲା । ଏହି ବିମାନ ପ୍ରାୟ ୪୦୦୦ କିଲୋମିଟର ଯାତ୍ରା କରିବା ପରେ ଫ୍ରାନ୍କଫର୍ଟ ଫେରିଥିଲା ।
- ଜେଦ୍ଦାରୁ ୨୪୨ ହଜଯାତ୍ରୀଙ୍କୁ ନେଇ ଲୌକ୍ଷ୍ନ ପହଞ୍ଚିଥିବା ସାଉଦି ଏୟାରଲାଇନ୍ସର ବିମାନ ଅବତରଣ ବେଳେ ଚକାରୁ ଧୂଆଁରୁ ବାହାରିଥିଲା । ଏହାପରେ ବିମାନ ବନ୍ଦରରେ ଅଲାର୍ମ ବାଜିଥିଲା ।
- ଏୟାର ଇଣ୍ଡିଆର ଏକ ଡ୍ରିମଲାଇନର ବୋଇଂ ବିମାନ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାର କିଛି ସମୟ ପରେ ଏଥିରେ ବୈଷୟିକ ସମସ୍ୟାର ସନ୍ଦେହ ପରେ ହଂକଂ ଫେରିଥିଲା ।
ଜୁନ୍ ୧୫
- ଚେନ୍ନାଇ ଅଭିମୁଖେ ଯାଉଥିବା ବ୍ରିଟିଶ ଏୟରୱେଜର ବୋଇଂ ଡ୍ରିମଲାଇନର ବିମାନ ରବିବାର ବୈଷୟିକ ସମସ୍ୟା ଯୋଗୁଁ ଉଡାଣ ଅଧାରୁ ଲଣ୍ଡନରୁ ଫେରିଆସିଥିଲା । ବ୍ରିଟିଶ ଏୟାରୱେଜ ଏକ ବୟାନରେ କହିଥିଲା, ବିମାନର ସୁରକ୍ଷିତ ଅବତରଣ କରାଯାଇଛି ।
- ଗୌହାଟୀରୁ କୋଲକତା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡାଣ ବେଳେ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା । ବୈଷୟିକ ସମସ୍ୟା ଯୋଗୁ ବିମାନର ଦୁଇ ଥର ଲ୍ୟାଣ୍ଡିଂ କରାଯାଇଥିଲା । ଶେଷରେ ୧୮ ଘଣ୍ଟାରୁ ଅଧିକ ସମୟ ବିଳମ୍ୱ ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।