ଇଶା ଅମ୍ବାନୀଙ୍କ ସଂଗୀତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉଦୟପୁରରେ ପହଁଚିଲେ ବଲିଉଡ ତାରକା

Published By : Prameya-News7 Bureau | December 08, 2018 IST

ଉଦୟପୁର ୮/୧୨ : ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କ ସହିତ ଆସନ୍ତା ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି | ଏଥିପାଇଁ ସମସ୍ତ ଆୟୋଜନ ଆରମ୍ଭ ହୋଇସାରିଛି | ଆଜି ଉଦୟପୁରରେ ତାଙ୍କର ସଂଗୀତ କାର୍ଯ୍ୟକ୍ରମ ଅଛି | ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବଲିଉଡର ନାମ୍ନୀ ଅଭିନେତା ଅଭିନେତ୍ରୀ ଆଜି ଉଦୟପୁରରେ ପହଂଚିଛନ୍ତି | ବରୁଣ ଧୱନ, ଆଲିଆ ଭଟ୍ଟ, ବିଦ୍ୟା ବାଲନ, କାରଣ ଜୋହର ତମାମ ଆଜି ଉଦୟପୁରରେ ପହଂଚିଛନ୍ତି |

{"id":62122,"width":575,"height":534}


ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ଦେଶ ବିଦେଶର ପ୍ରାୟ ୧୮୦୦ ଲୋକ ସାମିଲ ହେବେ ବୋଲି ଜଣାପଡିଛି | ତେବେ ବିବାହ ପୂର୍ବରୁ ପ୍ରି-ବେଡିଙ୍ଗ ସେରିମନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି |

{"id":62123,"width":568,"height":564}


ସୂଚନାଯୋଗ୍ୟ ଯେ, ଇଶାଙ୍କ ସଂଗୀତ କାର୍ଯ୍ୟକ୍ରମରେ ତାଙ୍କ ଘନିଷ୍ଠ ବନ୍ଧୁ ପ୍ରିୟଙ୍କା ଚୋପ୍ରା ଡ୍ୟାନ୍ସ କରିବେ | ସେ ଏକ ଗ୍ରୁପ ଡ୍ୟାନ୍ସରେ ପରଫର୍ମ କରିବାର ପ୍ଲାନ ରହିଛି |

{"id":62124,"width":568,"height":525}


ବିବାହ ପରେ ଇଶା ଏବଂ ଆନନ୍ଦ ମୁମ୍ବାଇର ୱର୍ଲି ରେ ଏକ ସି-ଫେସିଙ୍ଗ ବଙ୍ଗଳାରେ ରହିବେ | ଯାହାର ମୂଲ୍ୟ ୪୫୦ କୋଟି ଟଙ୍କା | ଏହି ବଙ୍ଗଳା ଇଶାଙ୍କୁ ତାଙ୍କ ଶାଶୁ ଶ୍ୱଶୁର ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି |

{"id":62125,"width":567,"height":591}


ଇଶାଙ୍କ ସଂଗୀତ କାର୍ଯ୍ୟକ୍ରମରେ ବୋନି କପୁର ମଧ୍ୟ ସାମିଲ ହେବାକୁ ଯାଇଛନ୍ତି | ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କ୍ରିକେଟ ତାରକା ସଚିନ ତେନ୍ଦୁଲକର ମଧ୍ୟ ନିଜ ପରିବାର ସହ ଉଦୟପୁରରେ ପହଂଚିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.