ବ୍ରିଜ୍‌ ତଳକୁ ଖସିଲା ବରଯାତ୍ରୀ ଗାଡି, ଏକାଧିକ ଗୁରୁତର

Published By : Prameya-News7 Bureau | June 12, 2023 IST

ଆଠମଲ୍ଲିକ ୧୨।୦୬: ବ୍ରିଜ୍ ତଳକୁ ଖସିଲା ବରଯାତ୍ରୀ ଗାଡି। ଅନୁଗୁଳ ଆଠମଲ୍ଲିକ ରାଇବାହାଳ ବ୍ରିଜରୁ ୧୫ଫୁଟ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।

{"id":802048,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଠାକୁରଗଡ଼ ପଞ୍ଚାୟତ ଆନନ୍ଦପୁରରୁ ରଣିଆକଟାକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା ବୋଲେରୋ । ପ୍ରାୟ ୧୫ ଫୁଟ୍‌ ତଳକୁ ଖସିପଡିଛି ବୋଲେରୋ । ଯାହାଫଳରେ ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ କିଶୋର ନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି ।

{"id":802049,"sizeSlug":"full","linkDestination":"none"}

ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ବାସିନ୍ଦା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

You Can Read :

wp:embed {"url":"https://www.prameyanews7.com/novak-djokovic-won-french-open-2023-most-tennis-grand-slam-winners-record-djokovic-beat-casper-ruud-in-roland-garros-final-tspo-1713508-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/novak-djokovic-won-french-open-2023-most-tennis-grand-slam-winners-record-djokovic-beat-casper-ruud-in-roland-garros-final-tspo-1713508-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.