କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ,୨୫ରୁ ଅଧିକ ଆହତ

Published By : Prameya-News7 Bureau | May 23, 2024 IST

ମୁମ୍ବାଇ ୨୩/୦୫:  ମହାରାଷ୍ଟ୍ର ଥାନେରେ ଅଘଟଣ । କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ, ୨୫ରୁ ଅଧିକ ଗୁରୁତର । ଆହୁରି ଅନେକ ଲୋକ ଫସିରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଫ୍ୟାକ୍ଟ୍ରିର ଏକ ବଏଲରରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା ।

ପାର୍କିଂରେ ଥିବା ଗାଡିଗୁଡିକ ଜଳିବାକୁ ଲାଗିଥିଲା । ଏଥିସହିତ ଆଖପାଖର ୩ଟି କୋଠାକୁ ନିଆଁ ବ୍ୟାପୀ ଯାଇଥିଲା । ସେଥିରୁ ଗୋଟିଏ କୋଠା କାର ସୋ’ ରୁମର ଥିବାରୁ ପ୍ରାୟ ୧୨ଟି ଗାଡି ପୋଡିଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳର ଥିବା କିଛି ଘରର କାଚ ଭାଙ୍ଗିଯାଇଛି । 

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ୧୫ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା । ଦୁର୍ଘଟଣା ପାଇଁ ୮ ଜଣକୁ ସସ୍‌ପେଣ୍ଡ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.