ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର, ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | February 02, 2024 IST

କେନ୍ଦୁଝର: ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ସରଳା ଗାଁରେ।

ସୂଚନା ଅନୁଯାୟୀ, ନାବାଳିକା ହେଉଛନ୍ତି ଭଦ୍ରକ ଜିଲ୍ଲା ନିକୋଲ ପଞ୍ଚାୟତ କାଳବାଙ୍କ ଗାଁର ଟୁନା ମୁଣ୍ଡାଙ୍କ ଝିଅ। ସେ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ନନ୍ଦିପଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯିବ ବୋଲି ପୋଲିସ କହିଛି।

ଆହୁରି ପଢ଼ନ୍ତୁ: ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ଚୋଟ, ଗାଡି ଧୂଆଁକୁ ନେଇ ଲାଗିଥିଲା ବିବାଦ

ସେପଟେ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଆହୁରି ମଧ୍ୟ, ଗତ କାଲି ସଂନ୍ଧ୍ୟାରେ ଟୁନାଙ୍କ ପରିବାରରେ ଏକ ଏକୋଇଶିଆ ଭୋଜି ଚାଲିଥିଲା ଫଳରେ ସମସ୍ତେ ସେଥିରେ ବ୍ୟସ୍ତ ରହିଥିଲେ। ଆଉ ଏହି ସମୟ ମଧ୍ୟରେ କେହି ଏଭଳି କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.