ଖରମଙ୍ଗି-କୋଲ୍ହାସିଂହ ଗ୍ରାମରେ ମେଗା ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୧୯ ୟୁନିଟ୍‌ ରକ୍ତ

Published By : Prameya-News7 Bureau | October 05, 2022 IST

ଚଣ୍ଡିଖୋଲ, ୦୫।୧୦: ବଡ଼ଚଣା ବ୍ଲକ ଅନ୍ତର୍ଗତ ଖରମଙ୍ଗି-କୋଲ୍ହାସିଂହ ଗ୍ରାମରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ସହାୟତାରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା | ବୁଲୁ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ୧୧୯ ୟୁନିଟ୍‌ ରକ୍ତ ସଂଗୃହିତ ହୋଇଛି । ଲୋକପ୍ରିୟ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ରକ୍ତଦାନ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଟେଲିଭିଜନ କଳାକାର ପୁର୍ଣ୍ଣନ୍ଦୁ ଦତ୍ତ ଯୋଗଦେଇଥିଲେ ।

{"id":692244,"sizeSlug":"full","linkDestination":"none"}

ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଶ୍ରୀଯୁକ୍ତ ମହାନ୍ତି କହିଥିଲେ, 'ରକ୍ତଦାନ ଦ୍ୱାରା ଅନ୍ୟମାନଙ୍କ ଜୀବନ ବଞ୍ଚେ ତା ସହିତ ବହୁ ଉପକାର ମଧ୍ୟ ମିଳେ । ବୁନ୍ଦାଏ ବୁନ୍ଦାଏ ରକ୍ତ ଗୋଟିଏ ପରିବାରରେ ହସ ଫେରାଇଆଣେ' । ପବିତ୍ର ଦଶହରାରେ ଏଭଳି ମହାନ କାର୍ଯ୍ୟ କରୁଥିବାରୁ ବୁଲୁ ମେମୋରିଆଲ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ରକ୍ତଦାତାମାନଙ୍କୁ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି|

ରକ୍ତଦାନ ଶିବିରକୁ ସଫଳ କରିବା ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁ ଲୋକପ୍ରିୟ ସିନେ ଅଭିନେତା ଭିଡ଼ିଓ ବାର୍ତ୍ତା ପ୍ରଦାନ କରିଥିଲେ । ବରିଷ୍ଠ ସିନେ ଅଭିନେତା କୁନା ତ୍ରିପାଠୀ, ଆକାଶ ଦାସ ନାୟକ, ହାସ୍ୟ ଅଭିନେତା ପପୁ ପମ ପମ, ପ୍ରଜ୍ଞା ଖଟୁଆ, ଟେଲି ଅଭିନେତ୍ରୀ ସୁମନ ପଟ୍ଟନାୟକ, ଅନନ୍ତ ରଥ ପ୍ରମୁଖ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଥିଲେ ।

{"id":692245,"sizeSlug":"full","linkDestination":"none"}

ବୁଲୁ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ସାହୁ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ସାହୁ, ସନ୍ତୋଷ ବେହେରା, ସମ୍ପାଦକ ଦୁଷ୍ମନ୍ତ କୁମାର ସାହୁ ଓ ସହ ସମ୍ପାଦକ ଦୀପକ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟ ରୋଶନ କୁମାର ସାହୁ, ଆଭାସ ମହାନ୍ତି, କେଦାରନାଥ ସିଂହ, ରାଜେଶ ଜେନା, ହିମାଂଶୁ ସାହୁ, ସାଗର ସାହୁ, ଜନ୍ମେଜୟ ପୃଷ୍ଟି, ଲକ୍ଷ୍ମୀଧର ନାୟକ, ରାଜେଶ ଜେନା, ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.