ନୂଆଦିଲ୍ଲୀ: ପାକିସ୍ତାନ ସହ କେବଳ ପାକ୍ ଅଧିକୃତ କାଶ୍ମୀର ଓ ଆତଙ୍କବାଦ ଉପରେ ହିଁ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୋମବାର ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଠୁଥିବା ଅନେକ ପ୍ରଶ୍ନର ସିଧା ଉତ୍ତର ଦେଇଛନ୍ତି । ପିଏମ୍ ମୋଦୀ ଏହି ଅବସରରେ ପାକିସ୍ତାନକୁ କଡ଼ା ଚେତାବନୀ ଜାରି କରି ଏହା ବି କହିଛନ୍ତି ଯେ ଏବେ ରକ୍ତ ଓ ପାଣି ଏକାସଙ୍ଗରେ ବୋହିବ ନାହିଁ । ବ୍ୟବସାୟ ଓ ଆତଙ୍କବାଦ ଏକାସଙ୍ଗରେ ଚାଲିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରଥମ ଥର ପାଇଁ ଦେଶକୁ ସମ୍ୱୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି, 'ଭାରତର ମତ ପୂରା ସ୍ପଷ୍ଟ । ଟେରର ଓ ଟ୍ରେଡ୍ ଏକାସଙ୍ଗରେ ଚାଲିବ ନାହିଁ । ପାଣି ଓ ରକ୍ତ ଏକାସଙ୍ଗରେ ବୋହି ପାରିବ ନାହିଁ । ଆଜି ବିଶ୍ୱ ସମୁଦାୟକୁ ବି ସ୍ପଷ୍ଟ କରୁଛି ଯେ ଆମ ନୀତି, ଯଦି ପାକିସ୍ତାନ ସହ ଆଲୋଚନା ହେବ ତେବେ ଆତଙ୍କବାଦ ଉପରେ ହିଁ ହେବ । ଯଦି ପାକିସ୍ତାନ ଉପରେ ଆଲୋଚନା ହେବ, ପିଓକେ ଉପରେ ହିଁ ହେବ ।' ପିଏମ୍ ମୋଦୀ ନିଜ ସମ୍ୱୋଧନରେ ଏହା ବି କହିଛନ୍ତି ଯେ ଯଦି ସମୟ ଯୁଦ୍ଧର ନୁହେଁ, କିନ୍ତୁ ଆବଶ୍ୟକତା ପଡ଼ିଲେ ଶକ୍ତିର ବ୍ୟବହାର ମଧ୍ୟ ବି ଜରୁରି ।
#WATCH प्रधानमंत्री नरेंद्र मोदी ने कहा, "भारत का मत एकदम स्पष्ट है। टेरर और ट्रेड एक साथ नहीं चल सकते और पानी और खून एक साथ नहीं बह सकता। मैं आज विश्व समुदाय को भी कहूंगा कि हमारी नीति रही है कि अगर पाकिस्तान से बात होगी तो आतंकवाद पर ही होगी, अगर पाकिस्तान से बात होगी तो POK पर… pic.twitter.com/FnHxwW2Rrj
— ANI_HindiNews (@AHindinews) May 12, 2025
ପିଏମ ମୋଦୀ ସୋମବାର ପାକିସ୍ତାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, 'ଭାରତର ତିନି ସେନା ଆଲର୍ଟରେ ଅଛନ୍ତି । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ନୀତି ଅଟେ । ଅପରେସନ ସିନ୍ଦୂର ନୂଆ ରେଖା ଟାଣିଛି । ଯଦି ଭାରତ ଉପରେ ଆକ୍ରମଣ ହୁଏ, ଚେବେ ମୁହଁତୋଡ଼ ଜବାବ ଦିଆଯିବ, ଆମେ ନିଜ ବାଟରେ ନିଜ ସର୍ତ୍ତରେ ଜବାବ ଦେବୁ ।'