oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

୨୦୨୩ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ଚାରି ସଂଗଠନ ମହାସଚିବଙ୍କୁ ଦେଲା ନୂଆ ଦାୟିତ୍ୱ

23/07/2022 at 5:59 PM

ନୂଆଦିଲ୍ଲୀ: ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୩ ବିଜେପି ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ମଧ୍ୟ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ଦଳ ସଂଗଠନିକ ସ୍ତରରେ ନୂଆ ନିଯୁକ୍ତି ଦେଇଛି । ଦଳ ୪ ଜଣଙ୍କୁ ସାଧାରଣ ସମ୍ପାଦକ(ସାଙ୍ଗଠନିକ) ନିଯୁକ୍ତ କରିଛି।

ଉତ୍ତର ପୂର୍ବ କ୍ଷେତ୍ରରେ ଦଳର ସାଂଗଠନିକ କାମ ଦେଖୁଥିବା ଅଜୟ ଜାମୱାଲଙ୍କୁ ମଧ୍ୟ କ୍ଷେତ୍ରର ସଂଗଠନ ମହାସଚିବ ନିଯୁକ୍ତ କରାଯାଇଛି । ଏଥିରେ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ରାଜ୍ୟ ସାମିଲ ଅଛି । ଏହି ଦୁଇ ରାଜ୍ୟରେ ପାର୍ଟି ନିଜର ପୂରା ଶକ୍ତି ଲଗାଇ ନିର୍ବାଚନ କାର୍ଯ୍ୟରେ ଲାଗିଛି। ଛତିଶଗଡରେ ଗତ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ଏଥର ଲୋକେ ପରିବର୍ତ୍ତନ ଚାହୁଁଥିବା ବିଜେପି ଅନୁମାନ କରୁଛି । ବିଜେପି ଭୂପେଶ ବଘେଲ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଉଦ୍ୟମ କରୁଛି । ରାଜ୍ୟରେ ବଡ଼ ଧରଣର ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ ଆଣୁଛି ।

ମନଥ୍ରୀ ଶ୍ରୀନିବାସୁଲୁ ପୂର୍ବରୁ ତେଲେଙ୍ଗାନାରେ ଦଳର ସଂଗଠନ ମହାସଚିବ ଥିଲେ, ଏବେ ତାଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତେଲେଙ୍ଗାନା ମଧ୍ୟ ସାମିଲ ଅଛି । ତେଲେଙ୍ଗାନାରେ ବିଜେପିର ଶକ୍ତି ବୃଦ୍ଧି ପଛରେ ମନଥ୍ରୀଙ୍କୁ ଶ୍ରେୟ ଦିଆଯାଉଛି । ତେବେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଏହଂ ମନଥ୍ରୀଙ୍କ ମଧ୍ୟରେ ମତଭେଦ ଯୋଗୁଁ ବିଜେପି ଏହି ପରିବର୍ତ୍ତନ କରିଥିବା ଅନୁମାନ କରାଯାଉଛି । ତେବେ ମନଥ୍ରୀଙ୍କୁ ପଞ୍ଜାବ ଦାୟିତ୍ୱ ଦିଆଯିବା ପରେ ସେଠାରେ ମଧ୍ୟ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଆଶା ରଖିଛି ବିଜେପି।

ଆସନ୍ତା ବର୍ଷ କର୍ଣ୍ଣାଟକରେ ବି ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରାଜେଶ ଜୀ ଭିଙ୍କୁ ସଂଗଠନର ମହାସଚିବ ନିଯୁକ୍ତ କରିଛି ଦଳ । ଏହା ପୂର୍ବରୁ ଅରୁଣ କୁମାରଙ୍କ ହାତରେ ଏହି ଦାୟିତ୍ୱ ଥିଲା, କିନ୍ତୁ ଏବେ ପୁଣି ଥରେ ସେ ସଂଘକୁ ଫେରି ଆସିଛନ୍ତି । ଗତ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ପରାଜିତ ହୋଇଥିଲା, କିନ୍ତୁ ପରେ ସରକାର ଗଠନ କରିଥିଲା । ଏପରି ସ୍ଥିତିରେ ପାର୍ଟି କ୍ଷମତାକୁ ବଜାୟ ରଖିବା ପାଇଁ ଜୋରଦାର ପ୍ରୟାସ କରିବ ।

ଗୋଆର ସଂଗଠନର ମହାସଚିବ ପଦରେ ଥିବା ସତୀଷ ଢୋଣ୍ଡଙ୍କୁ ପଶ୍ଚିମବଙ୍ଗର ଯୁଗ୍ମ ସାଧାରଣ ମହାସଚିବ ନିଯୁକ୍ତ କରିଛି ବିଜେପି । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଘନିଷ୍ଠ କୁହାଯାଉଥିବା ଢୋଣ୍ଡ ବିଜେପି ପାଇଁ ଚମତ୍କାର କାମ କରିଛନ୍ତି । ଗୋଆରେ ଦଳର ଭୋଟ ସେୟାର ବଢାଇବାରେ ଢୋଣ୍ଡଙ୍କୁ ଶ୍ରେୟ ଦିଆଯାଉଛି । ୨୦୧୮ ମସିହାରେ ବିଜେପି ତାଙ୍କୁ ଗୋଆ ପଠାଇଥିଲା ।

   Related Posts