ପାଟକୁରା ବିଧାନସଭା ନିର୍ବାଚନ କରାଇବା ଦାବିରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
21/05/2019 at 3:04 PM

କେନ୍ଦ୍ରାପଡା ୨୧|୫: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ତୁରନ୍ତ ନିର୍ବାଚନ କରାଇବା ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି | ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଏହି ଧାରଣାରେ ଯୋଗଦେଇ ନିର୍ବାଚନ କରାଇବା ପାଇଁ ଦାବି କରିଥିଲେ |

ତେବେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଏଠାରେ ନିର୍ବାଚନ କରାଇବା ନେଇ ତୁରନ୍ତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିବା ପାଇଁ ବିଜେପି ଦାବି କରିଛି | ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି |