ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ନେଇ ବିଜେପିର ପ୍ରେସମିଟ୍
16/05/2018 at 9:55 AM

ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ନେଇ ବିଜେପିର ପ୍ରେସମିଟ୍ । ରାଜ୍ୟକୁ ପାଣି ଦରକାର ନାହିଁ ବୋଲି ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ । ମହାନଦୀ ସମସ୍ୟାର ସମାଧାନ ପାଇଁ ଡକାଯାଇଥିବା ଆଲୋଚନାକୁ ବିଜେଡି ମନା କଲା । ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ଥିଲା, ଗଠନ ବି ହେଲା । ଟ୍ରିବ୍ୟୁନାଲ ଗଠନ ପରେ ଆନ୍ଦୋଳନର କିଛି ମାନେ ନାହି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ସେପଟେ ବିଜେଡିର ମହନଦୀ ସୁରକ୍ଷା ଯାତ୍ରାକୁ ହାସ୍ୟାସ୍ପଦ କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୨୦୧୫ରୁ ଛତିଶଗଡ ପ୍ରକଳ୍ପ କାମ ଆରମ୍ଭ କରିଥିଲା । ସେତେବେଳେ ରାଜ୍ୟ ସରକାର କଣ କରୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀ ଆଶା କରିଥିଲେ ବିଜେପି ମହାନଦୀ ପାଇଁ କରିବ, ହେଲେ ବିଜେପି ବି କିଛି କଲାନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି । କିନ୍ତୁ ମହାନଦୀ ପାଇଁ କଂଗ୍ରେସ ତାର ସଂଗ୍ରାମ ଜାରି ରଖିବ ।…