ନିୟମ ଉଲ୍ଲଂଘନ କରି ଟ୍ରାଫିକ ପୁଲିସଙ୍କ ସହ ଦୁର୍ବ୍ୟବାହର କରିଥିଲେ ବିଜେପି ବିଧାୟକଙ୍କ ଝିଅ; କ୍ଷମା ମାଗିଲେ ବାପା

Published By : Prameya-News7 Bureau | June 10, 2022 IST

ବେଙ୍ଗାଲୁରୁ: ଟ୍ରାଫିକ୍ ନିୟମ ଭାଙ୍ଗି ଟ୍ରାଫିକ୍ ପୁଲିସଙ୍କ ସହ ଦୁର୍ବ୍ୟବହାର କରିଥିଲେ ବିଜେପି ବିଧାୟକଙ୍କ ଝିଅ। ଏବେ କ୍ଷମା ମାଗିଲେ ବାପା। ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ଝିଅ ଗତକାଲି ଟ୍ରାଫିକ୍ ପୁଲିସ ଓ ମିଡିଆ କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ସିଗ୍‌ନାଲ ନ ଡେଇଁବାକୁ କହିବାରୁ ଏଭଳି ବ୍ୟବହାର କରିଥିଲେ ଯୁବତୀ।

ଆଜି ବିଧାୟକ ଲିମ୍ବାଭଲି ଝିଅଙ୍କର ଏଭଳି ବ୍ୟବହାର ପାଇଁ ସେ ମିଡିଆ ଓ ଟ୍ରାଫିକ୍‌ ପୁଲିସଙ୍କୁ କ୍ଷମା ମାଗିଛନ୍ତି।  ସେ କହିଛନ୍ତି “ ମୁଁ ଭିଡିଓ ଦେଖିଲି। ଭିଡିଓରେ ମିଡିଆ ଲୋକମାନଙ୍କୁ ଝିଅ ସାର୍ ବୋଲି ସମ୍ବୋଧନ କରୁଛି। ଯଦି ଏଥିରେ ମିଡିଆ କର୍ମୀମାନଙ୍କୁ ଆଘାତ ଲାଗିଛି ତେବେ ମୁଁ ତାଙ୍କ ପାଇଁ କ୍ଷମା ମାଗି ନେଉଛି। ଆମ ପରିବାର ଭଲ ସମ୍ମାନ ରହିଛି।”

ଗତକାଲି ବିଧାୟକଙ୍କ ଝିଅ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ପରେ ଟ୍ରାଫିକ ପୁଲିସ ପ୍ରମାଣ ଦେଖାଇ ତାଙ୍କ ପାଖରୁ ୧୦ ହଜାର ଫାଇନ ଆଦାୟ କରିଥିଲେ। ବିଜେପି ବିଧାୟକ ଝିଅ କହିଥିଲେ “ମୁଁ ବର୍ତ୍ତମାନ ଯିବାକୁ ଚାହୁଁଛି। ମୋ କାରକୁ ଅଟକାଅ ନାହିଁ। ମୁଁ ଓଭରଟେକିଂ କଲି ବୋଲି ଆପଣ ମୋ ଉପରେ ମାମଲା କରିପାରିବି ନାହିଁ। ଏହା ଜଣେ ବିଧାୟକଙ୍କ ଗାଡ଼ି। ମୁଁ ତରତର କରି ନାହିଁ। ମୋ ବାପା ଅରବିନ୍ଦ ଲିମ୍ବାଭଲି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.