୫ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇଲେ ୧୦୦ କୋଟି ଟଙ୍କା, ଦିଲ୍ଲୀ କମ୍ପୁଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ଚମକାଇଲା

Published By : Prameya-News7 Bureau | December 03, 2020 IST

ଭୋପାଳ ୦୩/୧୨: ଦେଶରେ ଚାଷୀ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି। ଦିଲ୍ଲୀ ବର୍ଡରରେ ୭ ଦଫା ଦାବି ନେଇ ଗର୍ଜୁଛନ୍ତି ଚାଷୀ। କୃଷକ ନେତାଙ୍କ ସହ ସରକାରଙ୍କ ମାରାଥନ୍‌ ଆଲୋଚାନ ବି ଚାଲିଛି। କିନ୍ତୁ ଅନ୍ୟପଟେ ମଧ୍ୟପ୍ରଦେଶର ବିଜେପି ସରକାର ୫ ଲକ୍ଷ ଚାଷୀଙ୍କ ଖାତାକୁ ଗୁରୁବାର ୧୦୦ କୋଟି ପ୍ରଦାନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

{"id":372043,"sizeSlug":"large"}
indianexpress

ଶିବାରାଜ ସିଂହ ଟ୍ବିଟ୍‌ କରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା ମାଧ୍ୟମରେ ୧୦୦ କୋଟି ଟଙ୍କା ରାଜ୍ୟର ୫ ଲକ୍ଷ୍ୟ କୃଷକଙ୍କ ଆକାଉଣ୍ଟରେ ଆଜି ଦିଆଯାଉଛି। ଏହା ଜାରି ରହିବାକୁ ଥିବା ବେଳେ ପାଖାପାଖି  ୮୦ ଲକ୍ଷ କୃଷକ ଲାଭବାନ୍‌ ହେବେ। କୃଷକଙ୍କ କଲ୍ୟାଣ ପାଇଁ ଯେଉଁ ପଦକ୍ଷେପ ନେବା ଦରକାର ତାହା ଆମ ସରକାର ଲଗାତର ନେଉଛନ୍ତି। ଏଥିରେ କୌଣସି ସାଲିସ କରାଯାଉନାହିଁ।’

wp:core-embed/twitter {"url":"https://twitter.com/ChouhanShivraj/status/1334381663216930816","type":"rich","providerNameSlug":"twitter","className":""}
https://twitter.com/ChouhanShivraj/status/1334381663216930816
/wp:core-embed/twitter

ସୂଚନାଯୋଗ୍ୟ, ପୂର୍ବ ଥର ଆଲୋଚନା ବିଫଳ ହେବା ପରେ ପୁଣି ଗୁରୁବାର କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଆଶା କରାଯାଉଛି ଆଜି କିଛି ସମାଧାନ ହୋଇପାରେ। ସେପଟେ ଗୁରୁବାର କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ଅଷ୍ଟମ ଦିନରେ ବି ଦିଲ୍ଲୀ ଏନସିଆରରେ ଯାତାୟତ ଠପ ହୋଇଯାଇଛି। ଅନେକ ସୀମା ଏବେ ବି ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.