ଚର୍ଚ୍ଚାରେ ଏମାନଙ୍କ ନାଁ- ବିଜେଡିର ରାଜ୍ୟସଭା ପ୍ରାର୍ଥୀ କିଏ ହେବେ!

Published By : Prameya-News7 Bureau | February 26, 2020 IST

ଭୁବନେଶ୍ୱର ୨୬।୦୨-  ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ । ଓଡିଶା ଭାଗରେ ଥିବା ୧୦ଟି ଆସନରୁ ୪ ଆସନ ଖାଲି ହେବ । ସଂଖ୍ୟା ଦୃଷ୍ଟିରୁ ୩ ଆସନ ବିଜେଡି ଖାତାକୁ ଯିବ । ସେଥିପାଇଁ ଶାସକ ଦଳରେ ଚାଲିଛି ଜୋରଦାର ଲବି । କାହା ଉପରେ ଭରସା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାକୁ ନେଇ ଆରମ୍ଭ ହୋଇଛି  ଆକଳନ ।

{"id":229630,"sizeSlug":"large"}

ସେପଟେ ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସଂଖ୍ୟା ନାହିଁ ।  ଗତଥର ଭଳି ବିଜେପିକୁ ଗୋଟିଏ ଆସନ ଛାଡ଼ିଦେବ କି ବିଜେଡି ? ନା, ଚତୁର୍ଥ ଆସନ ପାଇଁ ଦୁଇ ଦଳ ହେବେ ମୁହାଁମୁହିଁ ? ଏସବୁକୁ ନେଇ ରାଜନୈତିକ ମହଲରେ ବଢୁଛି ଉତ୍କଣ୍ଠା, କଳ୍ପନାଜଳ୍ପନା ।

{"id":229631,"sizeSlug":"large"}

କିଏ ସେଇ ୪ ଚେହେରା ? କିଛି ପୁରୁଣା ମୁହଁ ରିପିଟ୍ ହେବେ, ନା' ନୂଆ ମୁହଁକୁ ମିଳିବ ସୁଯୋଗ ? ପୂର୍ବଥର ଭଳି ଅଶ୍ବିନୀ ବୈଷ୍ଣବ ଫମୁର୍ଲା ଆପଣାଇବ କି ବିଜେଡି ? ଛାଡିବ କି ବିଜେପିକୁ ଗୋଟିଏ ଆସନ ? ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ'ଣ ରହିବ ବିଜେଡିର ଆଭିମୁଖ୍ୟ ?

{"id":229632,"sizeSlug":"large"}

ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ । ଦଳୀୟ ଟିକେଟରୁ ବଞ୍ଚିତ ଏବଂ ନିର୍ବାଚନରେ ପରାଜିତ ଅନେକ ବିଜେଡି ନେତା ରାଜ୍ୟସଭା ଲଡ଼ୁ ପାଇଁ ଆଶା ରଖିଛନ୍ତି ।

{"id":229633,"sizeSlug":"large"}

ଏହି ଦୌଡ଼ରେ ବଲାଙ୍ଗୀର ରାଜ ପରିବାର ସଦସ୍ୟ, ଇଞ୍ଜିନିୟରରୁ ନେତା ବନିଥିବା  ନଳୀନିକାନ୍ତ ପ୍ରଧାନ,  ପୂର୍ବତନ ବିଧାୟକ ସଂଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ, ବିଜେଡି ସହ ଉତ୍ତମ ସମ୍ପର୍କ ଥିବା ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଥିବା ଚର୍ଚ୍ଚା ହେଉଛି ।

{"id":229635,"sizeSlug":"large"}

ପୂର୍ବରୁ ନିର୍ବାଚନ ବେଳେ ନବୀନ ଦୁଇ ପୁରୁଖା ନେତା ପ୍ରସନ୍ନ ପାଟଶାଣୀ  ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

{"id":229634,"sizeSlug":"large"}

ତା' ସହିତ ଅନୁସୂଚିତ ଜାତି ଓ ଜାନଜାତି ଏବଂ ମହିଳାଙ୍କ କଥା ମଧ୍ୟ ବିଜେଡି ମୁଖିଆ ବିଚାର କରିପାରନ୍ତି । ତେଣୁ, ବିଜେଡିର ରାଜ୍ୟସଭା ପ୍ରାର୍ଥୀକିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

{"id":229636,"sizeSlug":"large"}

- ରାଜ୍ୟର ମୋଟ୍ ୧୪୭ ବିଧାୟକଙ୍କ ମଧ୍ୟରୁ ଶାସକ ବିଜେଡିର ୧୧୩,  ବିଜେପିର ୨୩ ଏବଂ  କଂଗ୍ରେସର  ୯ଜଣ ବିଧାୟକ ଅଛନ୍ତି । ଏହି ନିର୍ବାଚନରେ ଦ୍ବିତୀୟ ପସନ୍ଦ ଭୋଟକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ଉଭୟ ବିଜେଡି ଓ ବିଜେପି ରହିପାରନ୍ତି ।

{"id":229637,"sizeSlug":"large"}

ଆଉ ଯଦି ଟଣାଓଟରା ପରିସ୍ଥିତି ହୁଏ, ତେବେ  ଗେମ୍ ଚେଞ୍ଜର ହୋଇପାରନ୍ତି ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । କିନ୍ତୁ, ରାଜ୍ୟସଭା ରଣନୀତି ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ବ ହିଁ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେପିର ରାଜ୍ୟ ନେତାଏ କହିଛନ୍ତି । କଂଗ୍ରେସର କହିବା କଥା, ଗତ ଥର ଭଳି ବିଜେଡି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ବିଜେପିକୁ ଫାଇଦା ଦେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।

{"id":229638,"sizeSlug":"large"}

ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ରେ ହେବ ନିର୍ବାଚନ । ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ଏବଂ ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଛି । ଏମାନଙ୍କ ବ୍ୟତୀତ, ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତିଥିବା ଅନୁଭବ ମହାନ୍ତି ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା ଦେଇ ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.