ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ

Published By : Prameya-News7 Bureau | August 05, 2025 IST

ବିନିକା ୫।୮: ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନାକୁ ନେଇ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସ୍ଥାନୀୟ କଚେରୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ଯୁବ ଓ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ବାହାରି ପ୍ରତିବାଦ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ନାରାବାଜି ଦେଇ ଦଳର କର୍ମକର୍ତ୍ତା ଗର୍ଜିଥିଲେ । ଶୋଭାଯାତ୍ରାରେ ଆସି ରାଜ୍ୟ ପୋଲିସ ଡିଜିଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

You Can Read:

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି, ପ୍ରଚଳିତ ଆଇନ ବ୍ୟବସ୍ଥା ଯଥେଷ୍ଟ ନୁହେଁ କି ବୋଲି ପ୍ରଶ୍ନ ଉଠାଇଲେ ଗଣେଶ୍ବର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.