ଭଦ୍ରକ ୨୯।୦୭ : ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା । ରାଜ୍ୟର ନାରୀ ନିର୍ଯାତନା ସହ ଦୁଷ୍କର୍ମ ବୃଦ୍ଧି ପ୍ରସଙ୍ଗକୁ ନେଇ ପ୍ରତିବାଦ ଶୋଭାଯାତ୍ରା କରିଛି । ଭଦ୍ରକ ଜିଲ୍ଲା ବିଜୁ ମହିଳା ଜନତା ଦଳର ଶତାଧିକ ଓ ନେତୃତ୍ୱମାନେ ଟାଉନ ହଲ୍ ଛକ ନିକଟରୁ ନାରାବାଜି ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ଏଫ୍ଏମ୍ ପୀଡିତାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରୁନାହିଁ ପୋଲିସ । ସମାନ ଭାବେ ବଳଙ୍ଗା ଘଟଣାରେ ପୀଡିତା ମୃତ୍ୟୁ ସହ ସଂଗ୍ରାମ ବେଳେ ଦୀର୍ଘ ଦିନ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ମହିଳାଙ୍କୁ ସୁରକ୍ଷାରେ ସରକାର ବିଫଳ ହୋଇଛନ୍ତି । ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା ପାଇଁ ବିଜେଡି ସଂଗ୍ରାମ କରିବ ।