ଝାରସୁଗୁଡା ଉପନିର୍ବାଚନ ନେଇ ବିଜେଡି ଉପ-ସଭାପତିଙ୍କ ପ୍ରତିକ୍ରିୟା, କହିଲେ ବିପୁଳ ଭୋଟ୍ରେ ଜିତିବ ବିଜେଡି
1/04/2023 at 2:27 PM

ଭୁବନେଶ୍ୱର ୦୧/୦୪: ଝାରସୁଗୁଡା ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଏଥର ବିଜେଡି ମାରିବ ବାଜି । ଏକଥା କହିଛନ୍ତି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ପୁରପଲ୍ଲୀରେ ଆମେ ସଂଗଠିତ ଦଳ, ଶୃଙ୍ଖଳିତ ଦଳ । ଦଳ ସବୁ ପରିସ୍ଥିତିରେ ଆତ୍ମ ବିଶ୍ୱାସର ସହ ସମ୍ମୁଖୀନ ହୁଏ । ଅତୀତରେ ଅନେକ ଉପ ନିର୍ବାଚନ ହୋଇଛି, ୯୦ ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହୋଇଛି । ୩ ମାସ ପୂର୍ବରୁ ପଦ୍ମପୁର ଉପ ନିର୍ବାଚନ ହେଲା ବିପୁଳ ଭୋଟରେ ବିଜେଡି ବିଜୟ ହେଲା ।
ଝାରସୁଗୁଡା ଉପନିର୍ବାଚନ ଘୋଷଣା ହୋଇସାରିଛି, ଦଳ ସଭାପତି ପାର୍ଥି ଘୋଷଣା କରିସାରିଛନ୍ତି । ବିଶ୍ୱାସ ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ । ସବୁ ରେକର୍ଡ ଭାଙ୍ଗି ବିଜେଡି ପାର୍ଥି ଝାରସୁଗୁଡାରେ ବିଜୟୀ ଲାଭ କରିବେ । ଦଳ ସଭାପତିଙ୍କ ନିର୍ଦେଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁ । ଝାରସୁଗୁଡାରେ ଦଳ ଯାହାକୁ ଯେଉଁ ଦାୟିତ୍ୱ ଦେବ ସମସ୍ତେ ନିର୍ବାହ କରିବେ ।
ବିରୋଧୀ ଦଳ ଅନେକ ପ୍ରସଙ୍ଗକୁ ପ୍ରସଙ୍ଗ କରିବେ । କିନ୍ତୁ ଆମ ପ୍ରସଙ୍ଗ ହେଉଛି ଜନ ସାଧାରଣଙ୍କ ବିକାଶ । ବିଜେଡିର ମୁଖ୍ୟ ପ୍ରସଙ୍ଗ ହେଉଛି ବିକାଶ । ଝାରସୁଗୁଡାରେ ବିକାଶର ପ୍ରକ୍ରିୟା ଚାଲିଛି ସେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ । ନବଦାସଙ୍କ ସମୟରେ ଝାରସୁଗୁଡାର ବହୁ ବିକାଶ ହୋଇଛି । ଅନେକ ପ୍ରକଳ୍ପ ସରିଛି, ନିର୍ବାଚନରେ ବିଜେଡି ବିଜୟ ହେବ ।