ଢେଙ୍କାନାଳରେ ବିଜେଡି ପାଳିଲା ପ୍ରତିଷ୍ଠା ଦିବସ; ଶତାଧିକ କର୍ମୀ ଓ ନେତା ସାମିଲ୍‌

Published By : Prameya-News7 Bureau | January 10, 2023 IST

ଢେଙ୍କାନାଳ ୧୦/୦୧: ଢେଙ୍କାନାଳ ସଦର ମହକୁମାରେ ଜିଲ୍ଲା ବିଜେଡି ପକ୍ଷରୁ ଦଳର ୨୫ବର୍ଷ ପୂର୍ତ୍ତି ଓ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଏକ ବିଶାଳ ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ସ୍ଥାନୀୟ ମିନିଷ୍ଟାଡିୟମ ଶୋଭାଯାତ୍ରା ପହଞ୍ଚି ଥିଲା। ସେଠାରେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ତଥା ବିଶାଳ ଜନ ସମାବେଶ ହୋଇଥିଲା। ରାଜ୍ୟ ରାଜସ୍ୱ ବିଭାଗ ମନ୍ତ୍ରୀ ତଥା ଢେଙ୍କାନାଳର ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଧାୟକ ସୁଧୀର ସାମଲଙ୍କ ନେତୃତ୍ୱରେ ହୋଇଥିବା ଏହି ସମାବେଶରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଦର ବ୍ଲକ ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ।

ସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ମହିଳାଙ୍କ ବିକାଶ ଓ ସଶକ୍ତିକରଣ ହେବା ସହିତ ସରକାରଙ୍କ ବିଭିନ୍ନ ବିକାଶଉନ୍ମୁଖୀ ଯୋଜନା ମହିଳାମାନଙ୍କୁ ସ୍ୱତନ୍ତ୍ର ସ୍ଥାନଦେଇଛି। ସେମାନଙ୍କ ବିକାଶ ହିଁ ରାଜ୍ୟକୁ ସାରା ଦେଶରେ ଏକ ନମ୍ବର ବିକାଶଉନ୍ମୁଖି ରାଜ୍ୟ ଭାବେ ଗଢି ତୋଳିଛି। ମହିଳା କାର୍ଡ ଖେଳି ଆଗାମୀ ୧୦୦ ବର୍ଷ ବିଜେଡି ଶାସନରେ ରହିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ଏସଏଚଜି ମହିଳାମାନେ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.