ଗିରଫଦାରୀ ଏଡ଼ାଇବାକୁ ପ୍ରୟାସ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଷ୍ଣୁପଦ ସେଠୀ

Published By : Prameya-News7 Bureau | June 20, 2025 IST

କଟକ: ଓଡ଼ିଶା ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନର ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍ କରିଥିଲା । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ । ହେଲେ ଏହି ମାମଲାର ଶୁଣାଣି କରି ଶୁକ୍ରବାର ବିଷ୍ଣୁପଦଙ୍କ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। ଫଳରେ ତାଙ୍କ ଗିରଫଦାରୀ ନେଇ ଆଶଙ୍କା ବଢ଼ିଥିଲା। ଏମିତିରେ ଗିରଫଦାରୀ ଏଡ଼ାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ କରିଛନ୍ତି ବିଷ୍ଣୁପଦ ସେଠୀ। 

ସୂଚନାଯୋଗ୍ୟ ଯେ, ବ୍ରିଜ୍‌‌ ଆଣ୍ଡ ରୁଫ୍‌‌ କର୍ପୋରେସନ‌ ଲିମିଟେଡ୍‌‌ ପାଇଁ ଏକ ବିଲ୍‌ ପାସ୍‌ କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ହୋଇଥିଲା। ସିବିଆଇ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା । FIRରେ ନାଁ ନଥିଲେ ମଧ୍ୟ ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରାର୍ଥନା କରିଥିଲେ ।

ତେବେ ଗତ ଫେବ୍ରୁଆରୀ ମାସରେ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ କରାଯାଇଥିଲା। ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ବିଷ୍ଣୁପଦ ସେଠୀ । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ବିଚାରପତି ଏସ‌.କେ. ପାଣିଗ୍ରାହୀ ମାମଲାର ଶୁଣାଣି କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ପୂର୍ବରୁ ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.