ବୀରଭୂମ ହିଂସା: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଟିଏମସି ନେତା, ରାଜ୍ୟପାଳଙ୍କୁ ହଟାଇବାକୁ କଲେ ଦାବି

Published By : Prameya-News7 Bureau | March 24, 2022 IST

ନୂଆଦିଲ୍ଲୀ ୨୪/୦୩: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ହିଂସା ଘଟଣାକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି। ରାଜନୈତିକ ବୟାନବାଜି ଜୋର ଧରିଛି। ରାଜ୍ୟ କଥା କେନ୍ଦ୍ରୀୟ ବିଜେପି ନେତା ଲଗାତାର ମମତା ସରକାରଙ୍କୁ ଘଟଣା ପାଇଁ ଦାୟୀ କରୁଛନ୍ତି । ସଂସଦରୁ ଆରମ୍ଭ କରି ସୋସିଆଲ ମିଡିଆ ଯାଏ ସବୁଠି ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଅନ୍ୟପଟେ ଏହାରି ଭିତରେ ଟିଏମସି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ହଟାଇକୁ ଦାବି କରିଛନ୍ତି।

ଟିଏମସି ନେତା ସୁଦୀପ ବନ୍ଦୋପଧ୍ୟାୟ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାରେ ରାଜନୀତି ନ କରି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଦରକାର ବୋଲି ଗୃହମନ୍ତ୍ରୀ କହିଥିବା ସେ କହିଥିଲେ।

ଏହାସହ ଟିଏମସି ନେତା ସୁଦୀପ କହିଥିଲେ, ରାଜ୍ୟପାଳ ଗଜଦୀପ ଧନଖରଙ୍କୁ ହଟାଇବା ପାଇଁ ଦାବି କରିଛୁ । ସାମ୍ୱିଧାନିକ ନୀତି ନିୟମ ବାହାରେ ସେ କାମ କରୁଥିବା ଅଭିଯୋଗ କରିଛୁ।  ଟିଏମସି ନେତା କହିଛନ୍ତି, 'ସଂସଦୀୟ ପ୍ରଣାଳୀ ତାଙ୍କ ବିପଦରେ ପଡିଛି'।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟପାଳ ଜଗଦୀପ ଧନଖର ପଶ୍ଚିମବଙ୍ଗ ସରକାର ବିଭିନ୍ନ ନୀତିର ଖୁଲମଖୁଲା ବିରୋଧ କରିଥାନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ସେ ମମତା ସରକାରଙ୍କୁ ଟାର୍ଗେଟ କରିଥାନ୍ତି। ବୀରଭୂମର ଏହି ଘଟଣାକୁ ନେଇ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ରାଜ୍ୟପାଲ ଜଗଦୀପ ଧନଖର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.