ବିନିକା ଅଞ୍ଚଳର ଅନେକ ସ୍ଥାନ ଜଳମଗ୍ନ : ଚାଷ ଜମିରେ ପଶିଲା ବନ୍ୟାପାଣି

Published By : Prameya-News7 Bureau | August 14, 2022 IST

ବିନିକା,୧୪/୮ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି   । ଗତ ଦୁଇଦିନ ହେବ ସମଗ୍ର ଜିଲ୍ଲାରେ  ତୁହାକୁ ତୁହା ବର୍ଷା ଲଗିରହିଛି  l ଫଳରେ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ହୋଇସାରିଲାଣି ।

ହୀରାକୁଦ ଜଳଭଣ୍ଡାରରୁ ଏବେ ମହାନଦୀରେ ୩୪ ଗେଟର ବନ୍ୟା ପାଣି ନିଷ୍କାସନ ହେଉଚି । ଯଦ୍ୱାରା ଶାଖା ନଦୀ ତଥା କେନାଲ ନାଳ ଗୁଡ଼ିକ ଏବେ ଫୁଲିବାରେ ଲାଗିଛି l ବିଶେଷକରି ବିନିକା ଏନଏସି ୱାର୍ଡ ନମ୍ୱର ୨ ଗୁଲାପଡ଼ା- ଯୋଗେଶ୍ୱର ମନ୍ଦିର ରାସ୍ତାର ପୋଲ ଉପରେ ୮ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି l ଯେଉଁଥିପାଇଁ  ଯାତାୟାତ  ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀମାନେ ଚିନ୍ତାରେ ରହିଥିବାର ଦେଖାଦେଲାଣି ।

ମହାନଦୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଈ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିନିକା ଅଞ୍ଚଳର ସେଲେଡି,ଗୁଲାପଡ଼ା, ଝରାପଡ଼ା ଅଞ୍ଚଳର ବହୁ  ଧାନ, ପନିପରିବା ଚାଷଜମି ଏବେ ମଧ୍ୟ ବନ୍ୟା ପାଣି ଭିତରେ ବୁଡ଼ି ରହିଛି l ବିନିକା ଏନଏସି ଚେୟାରମ୍ୟାନ୍ ଓ ଏନଏସି କାର୍ଯ୍ୟନିର୍ବହୀ ଅଧିକାରୀ ବନ୍ୟା ପାଣି ଘେରରେ ଥିବା ସ୍ଥାନ ଗୁଡ଼ିକ ବୁଲିବା ସହ ପ୍ରଶାସନ  ସଜାଗ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.