ରତନ ଟାଟା ଏବଂ ଏନ ଚନ୍ଦ୍ରଶେକରନଙ୍କୁ ଭେଟିଲେ ବିଲ୍‌ ଗେଟ୍ସ, ଦେଲେ ଏହି ଉପହାର

Published By : Prameya-News7 Bureau | March 03, 2023 IST

ନୂଆଦିଲ୍ଲୀ, ୦୩/୦୩: ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍‌ ଗେଟ୍ସ ଭାରତ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ବିଲ୍‌ ଗେଟ୍ସ, ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେକରନଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ସେ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ ଏବଂ ମହିନ୍ଦ୍ର ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ମଧ୍ୟ ଭେଟିଥିଲେ।

ରତନ ଟାଟା ଏବଂ ବିଲ୍‌ ଗେଟ୍ସ ଉଭୟ ନିଜର ପରୋପକାରୀ କାମ ପାଇଁ ଜଣା। ତେବେ ଏହି ସାକ୍ଷାତରେ ତିନି ଜଣକ ମଧ୍ୟରେ ପରୋପକାରୀ ଉଦ୍ୟମ ବିଷୟରେ ଆଲୋଚନା କରିଥିଲେ। ସାକ୍ଷାତକାରରେ ସ୍ବାସ୍ଥ୍ୟ, ନିରାକରଣ ଏବଂ ପୁଷ୍ଟି ଯୋଗାଣ କ୍ଷେତ୍ରରେ ନିଜର ମିଳିତ ପ୍ରୟାସକୁ ମଜବୁତ କରିବା ବିଷୟରେ କଥା ହୋଇଛନ୍ତି। ଗେଟ୍ସ ଫାଉଣ୍ଡେସନ ଏନେଇ ଏକ ଟ୍ବିଟ୍‌ କରିଛି।

ଏହି ସାକ୍ଷାତକାରରେ ରତନ ଟାଟା ଏବଂ ଏନ ଚନ୍ଦ୍ରଶେକରନଙ୍କୁ ବିଲ୍‌ ଗେଟ୍ସ ତାଙ୍କର ‘‘ ହାଓ ଟୁ ପ୍ରିଭେଣ୍ଟ ଦ ନେକ୍ସଟ ପାନଡେମିକ୍‌’’ ଏବଂ ‘‘ହାଓ ଟୁ ଆଭଏଡ ଏବଂ କ୍ଳାଇମେଟ୍‌ ଡିଜାଷ୍ଟର’’ ପୁସ୍ତକ ଉଭୟଙ୍କୁ ଉପହାର ଦେଇଥିଲେ। ଏହାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

wp:embed {"url":"https://twitter.com/BMGFIndia/status/1630746290496892928?s=20","type":"rich","providerNameSlug":"twitter","responsive":true}
https://twitter.com/BMGFIndia/status/1630746290496892928?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.