ପେଟ୍ରୋଲ ପମ୍ପ ନିକଟରେ ଅଘଟଣ, ବାଇକ ସହ ଧକ୍କା ହେଲା ବାଇକ

Published By : Prameya-News7 Bureau | November 01, 2022 IST

ଘଟଗାଁ ୦୧/୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା । ବାଇକ ସହ ବାଇକ ଧକ୍କାରେ ଦୁଇଟି ଯାକ ବାଇକ ଜଳିଯାଇଛି ।

ସୂଚନା ଅନୁଯାୟୀ ଘଟଗାଁ ଇଣ୍ଡିଆନ୍ ଓଏଲ୍ ପେଟ୍ରୋଲ୍ ପମ୍ପ ନିକଟରେ ଏକ ବାଇକ ଠିଆ କରି ବାଇକ ଚାଳକ ଫୋନରେ କଥା ହେଉଥିଲେ । ଏତିକି ବେଳେ ଅନ୍ୟ ଏକ ବାଇକ ଆସି ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁଇଟି ବାଇକରେ ହଠାତ ନିଆଁ ଲାଗି ଦୁଇଟି ବାଇକ ଜଳିଯାଇଥିଲା ।

ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବାଇକ ଦୁଇଟି ଯାକ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ବାଇକ ଚାଳକଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.