scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇକକୁ ପିଟିଲା ଟ୍ରକ, ମାଆ ମୃତ, ଅଳ୍ପକେ ବର୍ତ୍ତିଲେ ବାପା ଓ ପୁଅ

17/06/2022 at 5:33 PM

ଭଦ୍ରକ: ବନ୍ଧୁଙ୍କ ଘରେ ଆୟୋଜିତ ଶୁଦ୍ଧି କର୍ମରେ ଯୋଗ ଦେବାକୁ ଯିବା ବେଳେ ଦୁର୍ଘଟଣା । ପଛପଟୁ ଟ୍ରକ ଧକ୍କା ଦେବାରୁ ବାଇକରେ ବସିଥିବା ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।  ଭଦ୍ରକ ଟାଉନ ପୋଲିସ ଉଭୟ ବାଇକ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଭଦ୍ରକ ଚାନ୍ଦବାଲି ରାସ୍ତାର ବାଇପାସ ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଇକକୁ ପଛପଟୁ ଟ୍ରକ ଧକ୍କା ଦେବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା କୋର୍କରା ଅଞ୍ଚଳର ମିନତୀ ବାରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପୁଅ ଓ ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ଟ୍ରକଟି ଫେରାର ହେଉଥିବା ବେଳେ ଆର ଏମ ସି ନିକଟରେ ଗାଡିକୁ ରଖି ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଛନ୍ତି । ଭଦ୍ରକ ଟାଉନ ପୋଲିସ ଉଭୟ ବାଇକ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

   Related Posts