ମାତିଛନ୍ତି ମାଓବାଦୀ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଲା ଆଣ୍ଟି ଲ୍ୟାଣ୍ଡମାଇନ ଗାଡି, ନିମିଷକେ ହୋଇଗଲା ଛୀନଛତ୍ର
1/11/2018 at 2:33 PM

ମାଲକାନଗିରି ୧/୧୧ : ଗତ ୨୭ ତାରିଖରେ ଛତିଶଗଡ଼ ବିଜେପୁରରେ ନାରକୀୟ କାଣ୍ଡ ଭିଆଇଥିଲେ ଲାଲ ବାହିନୀ | ଲାଲ ବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ | ଏହି ବିସ୍ଫୋରଣରେ ସହିଦ ହୋଇଥିଲେ କେନ୍ଦୁଝରର ଓଡ଼ିଆ ଯବାନ ବ୍ରଜମୋହନ ବେହେରା | ଘଟଣାରେ ଦୁଇଜଣ ଆହତ ମଧ୍ୟ ହୋଇଥିଲେ | ବିସ୍ଫୋରଣରେ ସିଆରପିଏଫର ଆଣ୍ଟି ଲ୍ୟାଣ୍ଡମାଇନ ଗାଡି ଉଡିଯାଇଥିଲା | ଗାଡି ଉଡିଯାଇ ସମ୍ପୂର୍ଣ ଛୀନଛତ୍ର ହୋଇଯାଇଥିଲା | News7 ହାତରେ ପଡିଛି ସେହି ସମୟର ଭିଡିଓ | ପ୍ରାୟ ୫୦ କିଲୋ ବାରୂଦ ଲଗାଇଥିଲେ ମାଓବାଦୀ | ଏହାର ପ୍ରଭାବରେ ୫ଫୁଟ ପର୍ଯ୍ୟନ୍ତ ଉପରକୁ ଉଠିଯାଇଥିଲା ଆଣ୍ଟି ଲ୍ୟାଣ୍ଡମାଇନ ଗାଡି | ବିସ୍ଫୋରଣ ଫଳରେ ରାସ୍ତାରେ ମଧ୍ୟ ୪ଫୁଟ ଗଭୀର ଗାତ ହୋଇଯାଇଥିଲା |
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023