ନୂଆଦିଲ୍ଲୀ ୪।୬: ଦେଶରେ ଏ ପର୍ଯ୍ୟନ୍ତ ହୋଇଥିବା ସାଧାରଣ ନିର୍ବାଚନ ମଧ୍ୟରୁ ୨୦୨୪ ନିର୍ବାଚନକୁ ନିଶ୍ଚିତ ଅସାଧାରଣ କୁହାଯାଇପାରେ। ଲୋକେ କ୍ଷମତାସୀନ ବିଜେପିକୁ ଏମିତି ଏକ ବିଜୟ ଦେଇଛନ୍ତି ଯାହା ପରାଜୟ ଭଳି ଲାଗୁଛି। ସେହିପରି ହାରୁଥିବା ବିରୋଧୀ ଜୟକାର ଲଗାଉଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୪ ଲୋକସଭା ନିର୍ବାଚନର ବିଭିନ୍ନ ଦିଗ।
ନିଃସନ୍ଦେହ କଂଗ୍ରେସ ହରାଇଥିବା ଚମକ୍ ପୁଣି ଫେରିପାଇଛି। ଚାହେ ଏହା ଇଣ୍ଡିଆ ବ୍ଲକ୍ ଗଠନ ହେଉ କି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା, ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ହେଉ କି ଜୟରାମ ସମେଶଙ୍କ ସଞ୍ଚାର ନିୟନ୍ତ୍ରଣ ଏପରି ଅନେକ କିଛି ଦେଶର ସର୍ବପୂରାତନ ପାର୍ଟିକୁ ଏହି ନିର୍ବାଚନରେ ମିଳିଛି। ଏହା ପୂର୍ବରୁ କଂଗ୍ରେସ ଅଥବା ଏହାର ନେତାମାନେ କ୍ଷମତାସୀନ ପାର୍ଟିର ଆକ୍ରମକ, ଅପମାନଜନକ ଅଭିଯାନର ସାମ୍ନା କରିନଥିଲେ ଏହା ସତ୍ତ୍ୱେ ଦଳ ନିଜର ଶାନ୍ତି, ଗାରିମା ଓ ସାମ୍ବିଧାନିକ ଔଚିତ୍ୟକୁ ବଜାୟ ରଖିଥିଲା।
ସେହିପରି ଉତ୍ତରପ୍ରଦେଶ ସେହି ରାଜ୍ୟ ଯେଉଁଠି ‘ସାଇକେଲ’ ପୁଣି ଚାଲିପାରିବ ବୋଲି ନିଜର କ୍ଷମତା ପ୍ରଦର୍ଶନ କରିଛି। ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି (ସପା) ନା କେବଳ ନିଜର ଆଭ୍ୟନ୍ତରୀଣ ବିବାଦ ସମାଧାନ କରିବାରେ ସଫଳ ହୋଇଛି ବରଂ ପୁରା ରାଜ୍ୟରେ ନୂଆ ରାଜନୈତିକ ମେଣ୍ଟ ମଧ୍ୟ କରିଛି। ସପା ହିଁ ରାଜ୍ୟରେ କ୍ଷମତାସୀନ ବିଜେପିକୁ ଚ୍ୟାଲେଞ୍ଜ କରିବା ସହିତ ସତର୍କ ମଧ୍ୟ କରିଛି। ଆଗାମୀ ଦିନମାନଙ୍କରେ ଅଖିଳେଶ ଓ ତାଙ୍କ ପାର୍ଟି ତଥା ସହଯୋଗୀଙ୍କ ରାଜନୈତିକ ପରିପକ୍ୱତାର ପରୀକ୍ଷା ହେବ।
ସେପଟେ ବେଙ୍ଗଲରେ ମମତା ବାନାର୍ଜୀଙ୍କ ‘ଖେଲା ହୋବେ’ ଚଲୋ ର ଖୁବ କମ ଲୋକେ ବରାବରି କରିପାରିବେ। ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ (ଟିଏମସି) ନିଜଠାରୁ ଶକ୍ତିଶାଳୀ ବିପକ୍ଷର ସମ୍ମୁଖୀନ ହେବା ପାଇଁ କ୍ଷମତାକୁ ପୁଣି ଥରେ ପ୍ରଦର୍ଶିତ କରିଛି। ଯଦିଓ ଟିଏମସି ଇଣ୍ଡିଆ ବ୍ଲକ୍ର ଏକ ଅଂଶିଦାର ତଥାପି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢି ନିଜର ସ୍ଥିତିକୁ କାୟମ ରଖିବାରେ ସଫଳ ହୋଇଛି। ଟିଏମସି ଯେଉଁ ବି ଆସନ ଜିତିଛି ଏହା ସବୁ ମମତାଙ୍କ ଅଥକ ଅଭିଯାନ, ନିଜ ଲୋକଙ୍କ ସମସ୍ୟାକୁ ବୁଝିବା ଓ କ୍ଷମତାସୀନ ଏନଡିଏ ଦ୍ୱାରା ବିରୋଧର ସୁନାମୀର ମୁକାବିଲା ଯୋଗୁ ସମ୍ଭବ ହୋଇପାରିଛି। ମମତାଙ୍କ ଭୂମିକା ଇଣ୍ଡିଆ ବ୍ଲକ୍ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ନିତିଶ କୁମାର ଓ ତାଙ୍କ ଜନତାଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟର ପସନ୍ଦ ହୋଇ ରହିଛନ୍ତି। ୯ ଥରର ମୁଖ୍ୟମନ୍ତ୍ରୀ ପୁଣି ଥରେ ନିର୍ବାଚନ ଲଢେଇ ଲଢିବା ଓ ସୁଯୋଗରେ ଉପଯୁକ୍ତ ସହଯୋଗୀ ଖୋଜିବାନିଜର କୌଶଳ ଦେଖାଇଛି। ସମୟ ସହିତ ରାଜ୍ୟରେ ତାଙ୍କର ସମ୍ମାନ ବଢିଛି। ନିତିଶଙ୍କୁ ତାଙ୍କ ରାଜନୈତିକ ବିରୋଧୀ ଯଦିଓ ପଲଟୁ ଚାଚା କହୁଛନ୍ତି ତଥାପି ନିତିଶ ଓ ତାଙ୍କ ପାର୍ଟି ଆଗାମୀ ଦିନରେ ରାଜ୍ୟରେ କିଙ୍ଗମେକର ଭୂମିକା ନିର୍ବାହ ପାଇଁ ଏବେ ପ୍ରସ୍ତୁତ।
ଆନ୍ଧ୍ରପ୍ରଦେଶରେ ୭୦ ବର୍ଷିୟ ରାଜନେତା ଚନ୍ଦ୍ରବାବୁ ନାୟଡୁ ନିଜକୁ ଜଣେ ଚତୁର ରାଜନେତା ଭାବେ ସାବ୍ୟସ୍ତ କରିଛନ୍ତି। ତାଙ୍କ ରାଜନୈତିକ ଜୀବନ ବେଶ୍ ସଂଘର୍ଷପୂର୍ଣ୍ଣ। ୨୦୨୪ ସାଧାରଣ ନିର୍ବାଚନରେ ସେ ଏନଡିଏର ଅଂଶବିଶେଷ ଅଛନ୍ତି, ତେବେ ଲୋକଙ୍କୁ ଲାଗୁଛି ସେ ବେଶି ସମୟ ମେଣ୍ଟ ସହ ରହି ନପାରନ୍ତି। ହେଲେ ଚନ୍ଦ୍ରବାବୁ ନାୟଡୁ ଜଣେ ଶକ୍ତିଶାଳୀ ରାଜନେତା ତାହା ପ୍ରମାଣିତ ହେବାକୁ ବାକି ନାହିଁ। ଏହି ନିର୍ବାଚନରେ ମିଳିଥିବା ବିଜୟ ତେଲଗୁ ଦେଶମ ପାର୍ଟିକୁ ନୂଆ ଜୀବନ ଦେବ।
୨୦୨୪ ନିର୍ବାଚନରେ ମହାରାଷ୍ଟ୍ର ସବୁ ରାଜନୈତିକ ଦଳଙ୍କ ସମରକ୍ଷେତ୍ର ପାଲଟିଛି। ଶରଦ ପାୱାରଙ୍କ ଏନସିପି, ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସର ତ୍ରିକୋଣୀୟ ମେଣ୍ଟ ରାଜ୍ୟରେ କ୍ଷମତାସୀନ ବିଜେପି ଓ ଶିବସେନା ଗଣନାକୁ ଓଲଟାଇ ଦେଇଛି। ଏହି ବିଶାଳ ରାଜ୍ୟରେ ସବୁବେଳେ କିଛି ନା କିଛି ବାଜିରେଲାଗିଥାଏ। ଯାହା ଭାରତର ଆର୍ଥିକ, ଔଦ୍ୟୋଗିକ ଓ ସାଂସ୍କୃତିକ ହୃଦୟ ଭାବେ ଜଣାଯାଏ। ଏବେ ଏହି ହୃଦୟ ଜୁନ ୨୦୨୪ରେ ଦେଶରେ ହେବାକୁ ଥିବା ପରିବର୍ତ୍ତନ ପାଇଁ ନିଜକୁ ପ୍ରସ୍ତୁତ କରୁଛି।