ବିବାଦରେ ବିଗ୍‌ବସ୍ ଫେମ୍ ପ୍ରିୟଙ୍କା ଚୌଧୁରୀ, ଆସିଲା ଡିଜାଇନର ଡ୍ରେସ୍ ଚୋରି ଅଭିଯୋଗ !

Published By : Prameya-News7 Bureau | April 27, 2023 IST

ମୁମ୍ବାଇ ୨୭।୦୪: ଅଡୁଆରେ ପ୍ରିୟଙ୍କା ଚହର ଚୌଧୁରୀ । ବିଗବସ୍-16 ରେ ନିଜର ଫ୍ୟାଶନେବଲ୍ ପର୍ସନାଲିଟି ଯୋଗୁଁ ଆସିଥିଲେ ଲାଇମଲାଇଟକୁ । କିନ୍ତୁ ଏବେ ତାଙ୍କ ବିରୋଧରେ ହୋଇଛି ଡିଜାଇନର୍ ଡ୍ରେସ୍ ଚୋରି ଅଭିଯୋଗ । ଡିଜାଇନର୍ ଇଶିତା ଗୁପ୍ତା ପ୍ରିୟଙ୍କାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ପୋଷାକ ଚୋରି କରିବା ସହ ଷ୍ଟାଇଲକୁ ମଧ୍ୟ କପି କରିଛନ୍ତି ।

wp:html /wp:html

ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଇଶିତା ଗୁପ୍ତା ଅଭିନେତ୍ରୀଙ୍କୁ କାଠଗଡାରେ ଛିଡା କରିଛନ୍ତି । ପ୍ରିୟଙ୍କା ଜଣେ ଅବସାଦଗ୍ରସ୍ତ ମହିଳା ବୋଲି କହିଛନ୍ତି ଇଶିତା । ଡିଜାଇନର୍ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହଇରାଣ କରାଯାଇଥିଲା। କେବଳ ଏତିକି ନୁହେଁ, ତାଙ୍କ ୩୦ ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩୧ ଲକ୍ଷ ମୂଲ୍ୟର ପୋଷାକ ଚୋରି ହୋଇଛି ।  ତେବେ ଇଶିତା ଗୁପ୍ତାଙ୍କ ପୋଷ୍ଟର ସ୍କ୍ରିନସଟଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଡିଜାଇନର୍ ତାଙ୍କର ଗୋଟିଏ ଟ୍ୱିଟ୍ ରେ ଲେଖିଛନ୍ତି - ଯଦି ମାଗିଥାନ୍ତେ ତେବେ ମୁଁ ଅଟୋମେଟିକାଲି ଦେଇଦେଇଥାନ୍ତି । ନ ପଚାରି ପୋଷାକ ନେବା ଚୋରୀ ହୋଇଥାଏ । କିନ୍ତୁ ଏହି ଜିନିଷ ଉପରେ PR କରିବା ଏକ ଭଲ କଥା ନୁହେଁ । ଇଶିତାଙ୍କ କହିବା ଅନୁଯାୟୀ ପ୍ରିୟଙ୍କା କେବଳ ସୋସିଆଲ ମିଡିଆରେ ଭଲ ହେବାର ଦେଖେଇ ହୁଅନ୍ତି । କିନ୍ତୁ ବାସ୍ତବରେ ସେ ସମସ୍ତଙ୍କୁ ହଇରାଣ କରିଥାନ୍ତି ।  ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଇଶିତା ପ୍ରିୟଙ୍କାଙ୍କ ପୂର୍ବତନ ଫ୍ଲାଟମେଟ ଅଟନ୍ତି । ତେବେ ଏହି ପୂରା ଘଟଣାରେ ପ୍ରିୟଙ୍କା ଏବଂ ତାଙ୍କ ଟିମ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.