ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଗୋବର ପରେ ଏବେ ଗୋ ମୂତ୍ର କିଣିବେ ରାଜ୍ୟ ସରକାର, ଜାଣନ୍ତୁ କେତେ ରହିଛି ଲିଟରର ମୂଲ୍ୟ

14/07/2022 at 7:20 PM

ରାୟପୁର: ଗୋ ମୂତ୍ର କିଣିବେ ରାଜ୍ୟ ସରକାର। ଆଉ ଏଥିରେ ଉପକୃତ ହେବେ ଚାଷୀ ଏବଂ ପଶୁପାଳକ। ଛତିଶଗଡର ଭୂପେଶ ବଘେଲ ସରକାର ଗୋ ମୂତ୍ର କିଣିବା ଉପରେ କାମ କରୁଛନ୍ତି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ରାଜ୍ୟର ଉତ୍ତର ଜିଲ୍ଲାଗୁଡିକରେ ଆଗାମୀ କିଛି ସପ୍ତାହରେ ହେବାକୁ ଯାଉଛି। ଏଥିରେ ପଶୁପାଳକଙ୍କୁ ବ୍ୟବସାୟୀଙ୍କ ସହ ଯୋଡା ଯାଇ ପାରିବ।

ଚଳିତ ବର୍ଷ ଫେବୃଆରୀରେ ବଘେଲ ସରକାର ଗୋମୂତ୍ର କିଣିବାକୁ ନିର୍ଣ୍ଣୟ ନେଇଥିଲେ। ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ଗୋମୂତ୍ର କିଣିବାର ପ୍ରକ୍ରିୟା ଏବଂ ଯୋଜନା ଉପରେ ଅଧ୍ୟୟନ କରି ରିପୋର୍ଟ ଦେବାକୁ କମିଟିକୁ ଦାୟିତ୍ଵ ଦିଆଯାଇଥିଲା। କମିଟି ଏକ ପ୍ରସ୍ତାବ ପ୍ରସ୍ତୁତ କରି ସାରିଥିବା ବେଳେ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ।

କେତେ ରହିବ ମୂଲ୍ୟ

କମିଟିର ନିଷ୍ପତ୍ତି ଅନୁଯାୟୀ, ଗୋମୂତ୍ରର ଲିଟର ପିଛା  ମୂଲ୍ୟ ୪ ଟଙ୍କା ରହିବ। ଏହା ଉପରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସହମତି ବାକି ରହିଛି। ଗୋମୂତ୍ର ଗ୍ରାମ ଗୋଧନ କମିଟି ଜରିଆରେ କିଣାଯିବ। ଯିଏ ଗୋମୂତ୍ର କିଣିବା ପାଇଁ ପ୍ରଥମେ ଆବେଦନ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ। ଯୋଜନା ଜୁଲାଇ ୨୮ରେ ଶୁଭାରମ୍ଭ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ଏହି ଦିନ ଛତିଶଗଡର ସ୍ଥାନୀୟ ପର୍ବ ହେରେଲୀ ପାଳନ କରାଯିବ। ୨୦୨୦ ଜୁନ ୨୫ରେ ବଘେଲ ସରକାର ଗୋଧନ ନ୍ୟାୟ ଯୋଜନା ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ବଘେଲ ସରକାର ଚାଷୀ ଏବଂ ପଶୁପାଳକଙ୍କଠୁ ଗୋବର କିଣିଥିଲେ।

   Related Posts