ରାତି ବଢିଲେ ବଢେ ତାତି- ସଞ୍ଜ ହେଲେ ଯାତ୍ରା ପେଣ୍ଡାଲରେ ଭିଡ

Published By : Prameya-News7 Bureau | February 08, 2020 IST

ଭୁବନେଶ୍ୱର ୦୮।୦୨ - ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା ସଂଗଠନ । ଏସମ୍ପର୍କରେ ମହିଳା ସଂଗଠନ ପୋଲିସ କମିଶନରଙ୍କ ସମେତ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସଞ୍ଜ ହେଲେ ଯାତ୍ରା ପେଣ୍ଡାଲରେ ଭିଡ । ଦର୍ଶକଙ୍କୁ  ଆକୃଷ୍ଟ କରିବା ପାଇଁ କେତେ କଣ ଉପାୟ । କିଏ କହୁଛି ପେଟ ପୋଷ ନାହିଁ ଦୋଷ ଆଉ କିଏ କହୁଛି ଏଠି ଷଡ଼ଯନ୍ତ୍ର ବି ଯଥାର୍ଥ। ହେଲେ କାହା ପାଇଁ ଦର୍ଶକ ଆସୁଛନ୍ତି । ନାଟକ ପାଇଁ ନାଁ ଫାଟକ ପାଇଁ। ରାନୀ ପାଇଁ ନା ଲଭଲି ପାଇଁ ଦୟା ପାଇଁ ନାଁ ନିର୍ଦ୍ଦୟ ଦୈତାରୀ ପାଇଁ  ।

{"id":222002,"sizeSlug":"large"}

କେଉଁ ଦଳ  ମଞ୍ଛସ୍ଥ ନାଟକ ଉପରେ ଯୋର ଦେଉଛି ଆଉ କିଏ ସିନେମା ଷ୍ଟାଇଲରେ କମେଡି ଆଉ ଡ୍ୟାନ୍ସ ଉପରେ । ଏପରିକି ଅନେକ ଯାତ୍ରା ଦଳ ନିଜର ଲେଡି ଡ୍ୟାନ୍ସରଙ୍କ ଜରିଆରେ ଅଶ୍ଳୀଳ ନ଼ତ୍ୟ ଓ ଅଙ୍ଗଭଙ୍ଗୀ ପ୍ରଦର୍ଶନ ଉପରେ ଜୋର ଦେଉଛନ୍ତି । ଖଣ୍ଡଗିରି ଅଞ୍ଚଳରେ ଯୋରଦାର ବିରୋଧ ହୋଇଛି ନଗ୍ନ ଡ୍ୟାନ୍ସ ପ୍ରଦର୍ଶନକୁ ନେଇ । ଶନିବାର ରାସ୍ତାକୁ ଓହ୍ଲାଇଛି ନାରୀ ସୁରକ୍ଷା ମଞ୍ଚ । ପ୍ରଥମେ ପୋଲିସ କମିସନରେଟ ଯାଇ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନ଼ତ୍ୟକୁ ବ୍ୟାନ କରିବାକୁ ଅନୁରୋଧ କରିଛି । ଏହାପରେ ଖଣ୍ଡଗିରି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ବିଭିନ୍ନ ଯାତ୍ରା ପେଣ୍ଡାଲକୁ ଯାଇ ଶାଳିନତା ରକ୍ଷା କରି ଯାତ୍ରା ପରିବେଶଣ କରିବାକୁ ଧମକ ଦେଇଛି ।

ଅନ୍ୟପଟେ ଖଣ୍ଡଗିରି ଯାତ୍ରା କମିଟି ସଭ୍ୟଙ୍କ କହିବା କଥା  କମିଟି ଅଗୋଚରରେ ଯାହାସବୁ ହୋଇଛି ତାହାର ପୁନରାବ଼ତ୍ତି ହେବନାହିଁ । ଆବଶ୍ୟକ ପଡିଲେ ଜଦି ଏଭଳି କୌଣସି ଯାତ୍ରା ଦଳ ଅଶ୍ଳିଳ ଅଙ୍ଗଭଙ୍ଗି ପ୍ରଦର୍ଶନ କରନ୍ତି ତେବେ ସେଭଳି ଯାତ୍ରା ଦଳକୁ ଖଣ୍ଡଗିରି ମାଘମେଳାରେ ପୂରାଇ ଦିଆଯିବ ନାହିଁ.

ମଞ୍ଚ ରହୁ କଳା ବି ରହୁ ଦର୍ଶକ ବି ଭରପୁର ମନୋରଞ୍ଜନ ପାଆନ୍ତୁ ଖଣ୍ଡଗିରିର କୁମ୍ଭମେଳାରେ। କିନ୍ତୁ ସବୁ କିଛି ଲକ୍ଷ୍ମଣରେଖା ଭିତରେ ରହୁ ବୋଲି ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.