ଡଟ୍ ଫେଷ୍ଟ ୨୦୨୩: ରବିବାର ସନ୍ଧ୍ୟାରେ ଉଦିତ ଓ ଅଲକାୟ ଆଗ୍ନିକଙ୍କ ଗୀତରେ ଝୁମିଲେ ଦର୍ଶକ
22/01/2023 at 11:53 PM

ଭୁବନେଶ୍ୱର ୨୨/୦୧: ଭୁବନେଶ୍ୱରରେ ହେଉଥିବା ଡଟ୍ ଫେଷ୍ଟ୍ରେ ରବିବାର ସନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲେ ପ୍ରସିଦ୍ଧ ବଲିଉଡ୍ ଗାୟକ କଣ୍ଠଶୀଳ୍ପି ଆଲକାୟାଗ୍ନିକ ଓ ଉଦିତ ନାରାୟଣ। ସେମାନେ ଦର୍ଶକଙ୍କୁ ବିଭିନ୍ନ ୮୦ ଦଶକ ଓ ୯୦ ଦଶକର ବିଭିନ୍ନ ହିଟ ଗୀତ ଭେଟିଦେଇଥିଲେ। ବଲିଉଡ୍ର ଏହି ପ୍ରସିଦ୍ଧ ସିଙ୍ଗରମାନଙ୍କୁ ମଞ୍ଚରେ ଦେଖି ଦର୍ଶକମାନେ ବିଭୋର ହୋଇ ଯାଇଥିଲେ। ଉଦିତଙ୍କ ସବୁ ଗୀତକୁ ଦର୍ଶକ ମନଭରି ଉପୋଭୋଗ କରିଥିଲେ। ଶାହାରୁଖ ଖାନଙ୍କ ପାପା କହତ୍ତେ ହେ ବଡା ନାମ କରେଗା ଆରମ୍ଭ କରିଥିଲେ ଉଦିତ। ତାପରେ ସଲମାନ୍ ଖାନଙ୍କ ତେରେ ନାମ, ଯାଦୁ ତେରୀ ନଜର ଖୁସୁବୁ ତେରା ବଦନ, ଅକେଲେ ହେଁ ତୋ କ୍ୟା ଗମ୍ହେ ଇତ୍ୟାଦି ଦର୍ଶକଙ୍କୁ ଭେଟି ଦେଇଥିଲେ ଉଦିତ ନାରାୟଣ।
ହିନ୍ଦୀ ଗୀତ ଛଡ଼ା ଭୁବନେଶ୍ଵରବାସୀଙ୍କୁ ଭେଟି ଦେଇଥିଲେ ଓଡ଼ିଆ ସୁପର ହିଟ ଗୀତ ଥିବା ପ୍ରଥମ ପ୍ରେମ ର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶୀ, ଆଜି ଆକାଶେ କି ରଙ୍ଗ ଲାଗିଲା। ଉଦିତଙ୍କ ମୁହଁରୁ ଏହି ଓଡ଼ିଆ ଗୀତ ଶୁଣି ଦର୍ଶକ ଝୁମିଥିଲେ। ସେହିପରି କୁଛ କୁଛ ହୋତା ହେ ଗୀତରୁ ଏଣ୍ଟ୍ରି ମାରିଥିଲେ ଆଲକା ୟାଗ୍ନିକ। ତାପରେ ଗଜବ କା ହେ ଦିନ ସୋଚୋ ଜରା ଗୀତ କୁ ଭେଟି ଦେଇଥିଲେ ସେ। ଏହାପରେ ଲେଜେଣ୍ଡରୀ ସିଙ୍ଗର ଲତା ଦିଦିଙ୍କ ଉଦ୍ଦେଶ୍ୟରେ ବି ଅଜିବ ଦସ୍ତାଁ ହେ ୟେ ଗାଇଥିଲେ ଅଲ୍କା ୟାଗ୍ନିକ୍।
କିନ୍ତୁ ଦର୍ଶକଙ୍କୁ ନଚେଇ ବାକୁ ଧମାକା ଗୀତ ସୁଣେଇଥିଲେ ଆଲକା। ମାଧୁରୀ ଡିଂ ଡାଙ୍ଗ ଡିଂ ଗୀତ, ମୋହରା ଫିଲ୍ମର ଟିପି ଟିପି ବର୍ଷା ପାନି ଗୀତରେ ନାଚି ଥିଲେ ଦର୍ଶକ। ଏହାଛଡା ସିଙ୍ଗର ଅଭିଜିତ ବି ଦର୍ଶକଙ୍କୁ ଝୁମେଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭୂରି ଭୂରି ପସନ୍ଦ କରିଥିଲେ ଉଦିତ । ସଙ୍ଗୀତ ସାଙ୍ଗକୁ ଚମତ୍କାର ଲେଜର ଶୋ ସମସ୍ତଙ୍କ ମନ କିଣି ଥିଲା। କାର୍ଯ୍ୟକ୍ରମ ମଝିରେ ମଝିରେ ପ୍ରାକୃତିକ ବିପର୍ଯୟକୁ ସାମ୍ନା କରୁଥିବା ସରକାରଙ୍କ ସଫଳତାର କାହାଣୀ ଦର୍ଶକ ଦେଖିଥିଲେ।