ଭବାନୀପାଟଣା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ
1/10/2018 at 11:07 AM

କଳାହାଣ୍ଡି ୧/୧୦ : ଭବାନୀପାଟଣା ୬୪ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଛି | ମୃତ ଯବାନ ହେଲେ ଓଏପିଏଫ ଯବାନ ଜଗବନ୍ଧୁ ନାଏକ | ଜଗବନ୍ଧୁ ନବରଙ୍ଗପୁର ଜିଲ୍ଲାର ଖୁଣ୍ଟିଆର ବାସିନ୍ଦା ଥିଲେ | ଡ୍ୟୁଟିରେ ଥିବା ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିଲେ | ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି |
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023