ଆଜି ଭାରତ ବନ୍ଦ, ଅନୁଗୁଳର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ପିକେଟିଂ

Published By : Prameya-News7 Bureau | December 08, 2020 IST

ଅନୁଗୁଳ ୦୮।୧୨: ନୂଆ କୃଷି ଆଇନକୁ ବିରୋଧ କରି ସାରା ଭାରତରେ ବନ୍ଦ ଡାକରା । ତେବେ ଭାରତ ବନ୍ଦର ପ୍ରଭାବ ଅନୁଗୁଳରେ ମଧ୍ୟ ପଡିଛି । ଜିଲ୍ଲା କଂଗ୍ରେସ କମିଟିର ଆହ୍ୱାନରେ ବିଭିନ୍ନ ସ୍ଥାନରେ କର୍ମୀମାନଭ୍କ ପକ୍ଷରୁ ରାସ୍ତା ଅବେରାଧ ସହ ପିକେଟିଂ କରାଯାଉଛି ।

ଭାରତବନ୍ଦର ପ୍ରଭାବ ଅନୁଗୁଳରେ ପଡିଛି। ଜିଲ୍ଲା କଂଗ୍ରେସ କମିଟିର ଆହ୍ବାନରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏପିରିକି ଅନୁଗୁଳ ନାଲକୋ ସ୍ମେଲଟର ଏବଂ ସିପିପି ଗେଟ୍‌ ନିକଟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଗେଟ୍‌ ବନ୍ଦ କରିବା ସହ  MCLରୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ କରିବା ସହ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ପୋଲିସ ଆଉ ଆରପିଏଫ୍‌ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.