ପଞ୍ଚାୟତକୁ ମିଳିଲା ଦୁଇଟି ସଫେଇ ଗାଡି, ଘର ଘର ବୁଲି ସଂଗ୍ରହ କରିବ ଅଳିଆ
5/01/2023 at 1:06 PM

ଭଦ୍ରକ ୦୫।୦୧: ପଞ୍ଚାୟତକୁ ମିଳିଲା ଦୁଇ ବ୍ୟାଟେରୀ ଚାଳିତ ସଫେଇ ଗାଡି । ଭଦ୍ରକ ଜିଲ୍ଲାର ବାଉଦପୁର ପଞ୍ଚାୟତକୁ ପ୍ରଥମ ଥର ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ ସଫେଇ ଗାଡି ପ୍ରଦାନ କରାଯାଇଛି ।

ବାଉଦପୁର ଠାରେ ଆୟୋଜିତ ଏକ ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବେଦାନ୍ତ ଫେକରର ମୁଖ୍ୟ ନିର୍ବାହୀ ଅଧିକାରୀ ବଲବନ୍ତ ସିଂ ରାଥୋଡ଼, ବ୍ଲକ ଅଧକ୍ଷା, ସ୍ଥାନୀୟ ସରପଞ୍ଚ ଜାନକୀ ଚାନ୍ଦଙ୍କ ସହ ବହୁ ଅତିଥିଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଛି ।

ଆଗାମୀ ଦିନରେ ଏହି ଦୁଇ ବ୍ୟାଟେରୀ ଚଳିତ ସଫେଇ ଗାଡି ଦ୍ୱାର ଦ୍ୱାର ବୁଲି ଅଳିଆ ସଂଗ୍ରହ କରିବ । ଦୁଇ ଗାଡିର ଚାଳକ ଦାୟିତ୍ୱରେ ଦୁଇ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଆଗାମୀ ଦିନରେ ଅନ୍ୟ ପଞ୍ଚାୟତକୁ ମଧ୍ୟ ଏହି ସଫେଇ ଗାଡି ଯୋଗାଇ ଦିଆଯିବ ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023