ବିଶ୍ୱକପ ଟ୍ରଫି ପାଇଁ ଉତ୍ସବ ମୁଖର ଭଦ୍ରକ, ଆରମ୍ଭ ହେଲାଣି ପ୍ରସ୍ତୁତି

Published By : Prameya-News7 Bureau | January 08, 2023 IST

ଭଦ୍ରକ: ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୯ ତାରିଖରେ ଭଦ୍ରକରେ ହକି ବିଶ୍ୱକପକୁ ସମ୍ବର୍ଦ୍ଧିତ କରାଯିବ । ୮ ତାରିଖ ରାତିରେ ବିଶ୍ୱକପ ଟ୍ରଫି ଭଦ୍ରକ ସର୍କିଟ ହାଉସରେ ପହଞ୍ଚିବ । ୯ ତାରିଖ ସକାଳେ ଟ୍ରଫି ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯିବ । ସେଠାରେ ସମ୍ବର୍ଦ୍ଧନା ପରେ ପୁଣି ଭଦ୍ରକ ଅଭିମୁଖେ ବାହାରିବ ।

{"id":730598,"sizeSlug":"full","linkDestination":"none"}

ଭଦ୍ରକ ନେହେରୁ ଷ୍ଟାଡିୟମରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧନା ଦିଆଯିବ ପରେ ଭଣ୍ଡାରିପୋଖରୀ ବ୍ଲକରେ କାର୍ଯ୍ୟକ୍ରମ ପରେ ଯାଜପୁର ପ୍ରଶାସନକୁ ଟ୍ରଫି ହସ୍ତାନ୍ତର କରାଯିବ। ଏଥିପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ଆୟୋଜନ କରାଯାଇଛି। ମାରାଥନ, ସ୍କେଟିଂ, ପଥ ଉତ୍ସବ ସହ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଜି ରେଡ଼ିଓ ଚକଲେଟ ତରଫରୁ ଭଦ୍ରକ ସହରର ଟାଉନହଲଠାରେ ହକିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଭଦ୍ରକ ବିଧାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.