ଏମିତି ସାଙ୍ଗ : ଦୁବାଇରେ ୩୯ କୋଟି ଟଙ୍କାର ଲଟେରୀ ଜିତିଲେ ପ୍ରବାସୀ ଭାରତୀୟ, କହିଲେ ବାଣ୍ଟିକି ନେବୁ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪/୦୧ : ମହାମାରୀରେ ସାରା ବିଶ୍ବବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଅନେକ ଲୋକ ନୂଆବର୍ଷ ୨୦୨୧ ନୂଆ ଉତ୍ସାହ ଏବଂ ଉନ୍ମାଦନା ଆଣିଦେବ ବୋଲି କହିଛନ୍ତି । ତେବେ ଏଭଳି ଏକ ଚକିତ କରିବା ଭଳି ଘଟଣା ଘଟିଛି ଦୁବାଇରେ ରହୁଥିବା ଜଣେ ଭାରତୀୟଙ୍କ କ୍ଷେତ୍ରରେ । ଆବଦୁସ୍ ସାଲାମ ନାମକ ପ୍ରବାସୀ ଭାରତୀୟ ଦୁବାଇରେ ପ୍ରାୟ ୩୯ କୋଟି ଟଙ୍କାର ଜ୍ୟାକପଟ୍ ଜିତିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ଆବଦୁସ୍ ସାଲାମ କେରଳର ବାସିନ୍ଦା କିନ୍ତୁ ଏବେ ସେ ଦୁବାଇର ମୁସକାଟ୍‌ରେ ରହୁଛନ୍ତି । ସେ ମିଗ୍‌ ଟିକେଟ୍‌ ରାଫଲେ ନାମକ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତାଙ୍କର ଟିକେଟ ନମ୍ବର ଥିଲା ୩୨୩୬୦୧, ଯାହାକି ଡିସେମ୍ବର ୨୯ରେ ତାଙ୍କର ଭାଗ୍ୟ ବଦଳାଇ ଦେଇଥିଲା । ସେ ସେହି କାର୍ଯ୍ୟକ୍ରମରେ ପ୍ରଥମ ହେବା ସହିତ ୟୁଏଇର ରାଫଲେ ଡ୍ର ଉତ୍ସବରେ ବିଜେତା ଭାବେ ୩୯ କୋଟି ଟଙ୍କାର ପୁରସ୍କାର ପାଇଛନ୍ତି ।

ବିଜେତା ଘୋଷିତ ହେବା ପରେ ଆବଦୁସ୍ ସାଲାମ କହିଛନ୍ତି ପ୍ରାୟ ୪/୫ ଥର ଏଥିରେ ଭାଗ ନେବା ପରେ ସେ ବିଜେତା ହୋଇଛନ୍ତି । ଏହା ସହ ସେ କହିଛନ୍ତି ଜିତି ଥିବା ଟଙ୍କାକୁ ନିଜ ବନ୍ଧୁମାନଙ୍କ ମଧ୍ୟରେ ବାଣ୍ଟି ନେବେ । କାରଣ ତାଙ୍କ ବିଜୟ ପଛରେ ତାଙ୍କ ବନ୍ଧୁମାନଙ୍କ ପ୍ରେରଣା ଏବଂ ଉତ୍ସାହ ରହିଛି ବୋଲି ଆବଦୁସ୍ ସାଲାମ କହିଛନ୍ତି । ଏତେ ଟଙ୍କା ପାଇବା ପରେ ସେ କହିଛନ୍ତି,ଏହି ଟଙ୍କାକୁ ଭବିଷ୍ୟତରେ ପିଲାମାନଙ୍କ ପାଇଁ ଖର୍ଚ୍ଚ କରିବେ ଏବଂ ନିଜ ଭବିଷ୍ୟତ ପାଇଁ ରଖିବେ ।

ସେହିଭଳି ୩୦ ବର୍ଷିୟ ନଭନୀତ ସଜୀବନ ନାମକ ଜଣେ ଯୁବକ ଦୁବାଇର ଡ୍ୟୁଟି ଫ୍ରି ରାଫଲେରେ ଭାଗ ନେଇ ୭.୩ କୋଟି ଟଙ୍କା ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.