ବ୍ରହ୍ମପୁର ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଡାକ୍ତର ହୃଷିକେଶ ତ୍ରିପାଠୀ ଗିରଫ

Published By : Prameya-News7 Bureau | September 17, 2018 IST

ବ୍ରହ୍ମପୁର ୧୭/୯ : ବ୍ରହ୍ମପୁର ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରିଛି ପୋଲିସ | ଏହା ସହ ତାଙ୍କ ସହଯୋଗୀ ବିଧାନ ସେଠୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ | ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ଗଙ୍ଗାଧର ବେହେରାଙ୍କୁ ଗିରଫ କରିଥିଲା ପୋଲିସ | ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ | ପ୍ରଥମେ ବିଷାକ୍ତ ଇଞ୍ଜେକ୍ସନ ଦେଇ ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା | ପାରେ ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଲାଗ କରିଦେଇଥିଲେ | ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି | ଡାକ୍ତର ହୃଷିକେଶ ତ୍ରିପାଠୀ ଓ ଜଣେ ନର୍ସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା | ପରେ ସମ୍ପୃକ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିଲେ ବିଷ୍ଣୁ | ହୃଷିକେଶ ଏକଥା ଜାଣିବା ପରେ ବିଷ୍ଣୁଙ୍କ ପତ୍ନୀଙ୍କୁ ଜଣାଇଥିଲେ | ହେଲେ ବିଷ୍ଣୁ ଓ ନର୍ସଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କ ଉପରେ ଏହା କୌଣସି ପ୍ରଭାବ ପକାଇନଥିଲା | ସେଥିପାଇଁ ପ୍ରତିଶୋଧ ପରାୟଣ ହୋଇ ଡାକ୍ତର ହୃଷିକେଶ ବିଷ୍ଣୁଙ୍କୁ ହତ୍ୟା କରିଥିଲେ | ବ୍ରହ୍ମପୁରର ଗାୟତ୍ରୀ ଘରୋଇ କ୍ଲିନିକରେ ବିଷ୍ଣୁଙ୍କୁ ହତ୍ୟା କରାଯାଇଥିଲା | ଡାକ୍ତର ହୃଷିକେଶ ତ୍ରିପାଠୀ ଓ ତାଙ୍କ ସହଯୋଗୀମାନେ ବିଷ୍ଣୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି | ୨୫ ଦିନ ପରେ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଏକ ବିଲରୁ ମିଳିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.