ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ବ୍ଲୁବେରି, ଜାଣନ୍ତୁ ଏହାର ଫାଇଦା

Published By : Prameya-News7 Bureau | August 25, 2022 IST

ନୂଆଦିଲ୍ଲୀ ୨୫।୦୮: ମଧୁମେହ ତଥା ଡାଇବେଟିସ୍‌କୁ ପରିଚାଳନା କରିବା ପାଇଁ ବିଶେଷଜ୍ଞମାନେ ଖାଦ୍ୟପେୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥାନ୍ତି। ଯେତିକି ଖାଦ୍ୟ ଖାଇବାକୁ ନେଇ ଗୁରୁତ୍ୱ ଦିଅନ୍ତି ସେତିକି ବ୍ୟାୟାମ, ଡାଏଟ୍ ଔଷଧ ସହିତ ଏହି ସବୁ ଜିନିଷର ଯତ୍ନ ନେଇ ସୁଗର ଲେବଲକୁ ନିୟନ୍ତ୍ରଣ କରିପାରିବେ । ହେଲେ ଏହାରି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଫଳକୁ ଖାଦ୍ୟର ସାମିଲ କରିବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହି ଫଳଟି ହେଉଛି ବ୍ଲୁବେରି । ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ଡାଇବେଟିସ୍‌ ତଥା ମଧୁମେହରେ ଆକ୍ରାନ୍ତ ଥିବା ବ୍ୟକ୍ତି ବ୍ୟବହାର କରିବାରେ ଫାଇଦା ମିଳିଥାଏ।

ତେବେ ଏହି ବ୍ଲୁବେରିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ । ଏବଂ ଏହା ରକ୍ତରେ ଥିବା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

ଅନ୍ୟପଟେ ମଧୁମେହ ଜନିତ ସମସ୍ୟାରେ, ଶରୀରରେ ଇନସୁଲିନ୍ ହୁଏ ନାହିଁ ଏହି କାରଣରୁ, ରକ୍ତରେ ସୁଗାର ଲେବଲକୁ ନିୟନ୍ତ୍ରଣରେ ରୁହେ ନାହିଁ। ଏଥିପାଇଁ ମଧୁମେହ ସନ୍ତୁଳିତ ରଖିବାରେ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ବିଶେଷଜ୍ଞମାନେ ଖାଦ୍ୟରେ ବ୍ଲୁବେରି ସାମିଲ୍‌ କରିବାକୁ ପରାମର୍ଶ ଦିଅନ୍ତି । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି, କର୍କଟ ରୋଗର ପ୍ରତିରୋଧି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହି ବ୍ଲୁବେରିରୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.