ତୁମୁଡିବନ୍ଧରେ ମାତିଛି ଜଙ୍ଗଲୀ ଭାଲୁ: ଜଣେ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | August 22, 2022 IST

ବାଲିଗୁଡା ୨୨/୦୮: ଭାଲୁ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର । ଏହିଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡା ଥାନା ତୁମୁଡିବନ୍ଧ ରେଞ୍ଜ ଅନ୍ତର୍ଗତ ଟଙ୍ଗମ ଗାଁରେ । ଗତକାଲି ଅପରାହ୍ନରେ ବୁଦୁଲି ମଳିକ ନାମକ ବୃଦ୍ଧା ନିକଟସ୍ଥ ଜଙ୍ଗଲକୁ ସିଆଳ ପତ୍ର ତୋଳିବାକୁ ଯାଇଥିଲେ । ତେବେ ସେ ଭାଲୁ ଆକ୍ରମଣର ଶିକାର ହୋଇ ଜୀବନ ଯାଇଥିବା ସୂଚନା ମିଳିଛି ।

ବୃଦ୍ଧାଙ୍କ ଚିତ୍କାର ଶୁଣି ସ୍ୱାମୀ ବାଞ୍ଛା ମଳିକ ଓ ସୁନିତା ମଳିକ ଭାଲୁ କବଳରୁ ଉଦ୍ଧାର କରିବାକୁ ଯାଇ ଗଛ କୋରଡ଼ରେ ଛପି ରହିଥିବା ଭାଲୁ ଆକ୍ରମଣରେ ଗୁରୁତର ହୋଇ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଖବର ପାଇ ବନବିଭାଗର ରେଞ୍ଜର ଲଳିତ ମୋହନ ନାୟକ ଫରେଷ୍ଟର ଜ୍ୟୋତିରାଜ ମଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଜାରି ରଖିବା ସହିତ ପନ୍ଦର ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛି ।

ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ ଚାରିଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ କହିଛି । ଘଟଣା ପରେ ସଂପୃକ୍ତ ଅଂଚଳରେ ଆତଙ୍କ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.