ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ, ଯୁବକ ଗୁରୁତର

Published By : Prameya-News7 Bureau | June 12, 2022 IST

ନୀଳଗିରି,୧୨/୦୬: ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ଭାଲୁ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ।

ସୂଚନାନୁସାରେ, ରବିବାର ସକାଳେ ଆରବନ୍ଦ ପଞ୍ଚାୟତ ଡ଼ାହିସାହି ଅଞ୍ଚଳର ଶୁକୁରା ଝାମ୍ପଙ୍କ ପୁଅ ରାଜୁ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁଟି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା। ରାଜୁଙ୍କ ପେଟର,ହାତରେ ଗଭୀର କ୍ଷତ ଲାଗିଥିଲା । ତେବେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.